ETV Bharat / city

ଜଗନ୍ନାଥଙ୍କ ଦର୍ଶନ କଲେ ମମତା ବାନାର୍ଜୀ - westbengal chief minister

westbengal-chief-minister
ପୁରୀରେ ପୂଜା ଅର୍ଚ୍ଚନା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା
author img

By

Published : Feb 26, 2020, 4:35 PM IST

Updated : Feb 26, 2020, 6:53 PM IST

16:29 February 26

ପୁରୀରେ ପୂଜା ଅର୍ଚ୍ଚନା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ମହାପ୍ରଭୁଙ୍କ ଦର୍ଶନ ସମେତ ଶ୍ରୀମନ୍ଦିର ଭିତର ବେଢାରେ ଥିବା ବିଭିନ୍ନ ଦେବାଦେବୀଙ୍କ ଦର୍ଶନ କରିଛନ୍ତି। ଅଧିକ ଖବର ପଢନ୍ତୁ...

ପୁରୀରେ ପୂଜା ଅର୍ଚ୍ଚନା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା

ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏଥିସହିତ ଶ୍ରୀମନ୍ଦିର ଭିତର ବେଢାରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ବୁଲି ସେ ପୂଜାର୍ଚ୍ଚନା କରିଛନ୍ତି । ମଙ୍ଗଳବାର ରାତିରେ ପୁରୀରେ ପହଞ୍ଚି ରାତ୍ରୀଯାପନ କରିଥିଲେ। 

ତେବେ ବୁଧବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । 28 ତାରିଖରେ ଭୁବନେଶ୍ୱର ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ସେ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ସେହିପରି ଅଗାମୀ ଦିନରେ ପଶ୍ଚିମବଙ୍ଗ ନିର୍ବାଚନ ଥିବାରୁ ନିର୍ବାଚନରେ ଭଲ ପ୍ରଦର୍ଶନ ନେଇ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା କୁହାଯାଉଛି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 26, 2020, 6:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.