ETV Bharat / city

ରାତି ପାହିଲେ ଭୋଟ ଗଣତି: ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ ଜିଲ୍ଲାର 3ଟି ଏନଏସିରେ ଭୋଟ ଗଣତି ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି (ଶନିବାର) ଫଳାଫଳ ଘୋଷଣା କରାଯିବ । ଅଧିକ ପଢନ୍ତୁ

ପୁରୀର 3ଟି ଏନଏସିରେ କାଲି ଭୋଟ ଗଣତି: ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : Mar 25, 2022, 4:51 PM IST

Updated : Mar 25, 2022, 5:14 PM IST

ପୁରୀ: ଜିଲ୍ଲାର 3ଟି ଏନଏସିରେ ଭୋଟ ଗଣତି ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଣାର୍କ, ନିମାପଡା ଓ ପିପିଲିରେ ପୌର ନିର୍ବାଚନର ମତଦାନ ସରିଛି । ଆସନ୍ତାକାଲି (ଶନିବାର) ଫଳାଫଳ ଘୋଷଣା କରାଯିବ । ସେଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ପିପିଲି ଏନଏସିର ଜବାହାର ବିଦ୍ୟାପାଠ, ନିମାପଡାର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ କୋଣାର୍କର ଆଶ୍ରମ ସ୍କୁଲରେ ଷ୍ଟ୍ରଙ୍ଗ ରୁମରେ ଇଭିଏମ ରଖାଯାଇ ଥିବା ବେଳେ କାଲି ଭୋଟ ଗଣତି ହେବ । ସକାଳ 8ଟାରୁ ଭୋଟ ଗଣତି ହେବ।

ରାତି ପାହିଲେ ଭୋଟ ଗଣତି: ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ତାହା ପୂର୍ବରୁ ପ୍ରାର୍ଥୀ ଏଜେଣ୍ଟମାନେ ପ୍ରବେଶ କରି ଭୋଟ ଗଣନା ବେଳେ ଉପସ୍ଥିତ ରହି ପ୍ରକ୍ରିୟାକୁ ଦେଖି ପାରିବେ । ଏଥିପାଇଁ ଭୋଟ ଗଣତି କେନ୍ଦ୍ରରେ ଦେଢ଼ ପ୍ଲାଟୁନ ପୋଲିସ ଫୋର୍ସ ସମେତ ଅତିରିକ୍ତ ଏସପି ପାହ୍ୟାର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ । ଶୃଙ୍ଖଳାରେ କିଭଳି ଭୋଟ ଗଣତି ହେବ ।

ସେନେଇ ପୋଲିସ ପକ୍ଷରୁ କଡା ନଜର ରହିବ । ନିର୍ବାଚନ କମିସନଙ୍କ ଗାଇଡ଼ ଲାଇନ ଅନୁଯାୟୀ ସବୁ କିଛି ହେବ। ନିମାପଡାର 11 ଟି ୱାର୍ଡର 19ଟି ବୁଥ , ପିପିଲିର 16ଟି ୱାର୍ଡର 20ଟି ବୁଥ ଓ କୋଣାର୍କର 13ଟି ୱାର୍ଡର 15ଟି ବୁଥର ଭୋଟ ଗଣନା ହେବ । ଭୋଟ ଗଣତି ବେଳେ କାଉଣ୍ଟିଙ୍ଗ ସୁପର ଭାଇଜର ଓ କାଉଣ୍ଟିଙ୍ଗ ଆସିଷ୍ଟାଣ୍ଟ ରହିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Mar 25, 2022, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.