ETV Bharat / city

ପୁରୀ ବଡ଼ଦାଣ୍ଡରେ ଜାତୀୟ ପତାକାକୁ ଅସମ୍ମାନ - ଜାତୀୟ ପତାକାକୁ ଅସମ୍ମାନ

ପୁଣି ଜାତୀୟ ପତାକାକୁ ଅସମ୍ମାନ । ପୁରୀ ବଡ଼ଦାଣ୍ଡରେ ଏକ ଦୋକାନୀ ଜାତୀୟ ପତାକାକୁ ଅସମ୍ମାନ କରୁଥିବାର ଦୃଶ୍ୟ ସାମନାକୁ ଆସିଛି । ଅଧିକ ପଢନ୍ତୁ

ପୁରୀ ବଡ଼ଦାଣ୍ଡରେ ଜାତୀୟ ପତାକାକୁ ଅସମ୍ମାନ
ପୁରୀ ବଡ଼ଦାଣ୍ଡରେ ଜାତୀୟ ପତାକାକୁ ଅସମ୍ମାନ
author img

By

Published : Sep 25, 2022, 9:37 PM IST

ପୁରୀ: ପୁଣି ଜାତୀୟ ପତାକାକୁ ଅସମ୍ମାନ । ପୁରୀ ବଡଦାଣ୍ଡରେ ଥିବା ଏକ ଉଠା ଦୋକାନରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି ( Shopkeeper disrespects Triranga in Puri) । ତ୍ରିରଙ୍ଗାରେ ଦୋକାନରେ ଥିବା କିଛି ସାମଗ୍ରୀକୁ ସଫା କରୁଥିବାର ଦୃଶ୍ୟ ସାମନାକୁ ଆସିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପୁରୀ ସ୍ୟାମକୁଞ୍ଜ ଗଳି ନିକଟରେ ଜଣେ ବ୍ୟକ୍ତିଙ୍କ ଏକ ଶଙ୍ଖ ମାଳି ଦୋକାନରେ ତ୍ରିରଙ୍ଗାକୁ ଧରି ବିଭିନ୍ନ ସାମଗ୍ରୀ ସଫା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଦେଶର ଗର୍ବ ଜାତୀୟ ପତାକା ତ୍ରିରଙ୍ଗାକୁ ଏଭଳି ବ୍ୟବହାର କରିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୋଲିସ ପ୍ରଶାସନ ପକ୍ଷରୁ ଦୋକାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୋସିଆଲ ମିଡ଼ିଆରେ ଦାବି ଜୋର ଧରିଛି ।

ଏହା ବି ପଢନ୍ତୁ- ଜାତୀୟ ପତାକାକୁ ଅସମ୍ମାନ କରି ଜଣେ ଗିରଫ

ସୂଚନା ଥାଉ କି ଝାରସୁଗୁଡ଼ାରେ ମଧ୍ୟ ଜାତୀୟ ପତାକାକୁ ଅସମ୍ମାନ କରିଥିବା ଏକ ଘଟଣା ସାମନାକୁ ଆସିଥିଲା । ଜିଲ୍ଲାର ବାନହରପାଲି ଥାନା ଅଞ୍ଚଳର ବାନ୍ଧବାହାଲରେ ମାଂସ ଦୋକାନୀ ତ୍ରିରଙ୍ଗାକୁ ଅସମ୍ମାନ କରିଥିଲେ । ଏହି ଭିଡ଼ିଓ ସାମନାକୁ ଆସିବା ପରେ ଉକ୍ତ ଦୋକାନୀକୁ ପୋଲିସ ଗିରଫ କରିଥିଲା । ଭାଇରାଲ ହେଉଥିବା ଭିଡ଼ିଓରେ ଅଭିଯୁକ୍ତ ମାଂସ ଦୋକାନୀ ଜାତୀୟ ପତାକାକୁ ଅସମ୍ମାନ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଥିଲା ।

ଏହି କାର୍ଯ୍ୟ ଲାଗି ଅନ୍ୟ ଜଣେ ଯୁବକ ଉକ୍ତ ଦୋକାନୀକୁ ବାରଣ ମଧ୍ୟ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ଭିଡ଼ିଓଟି ଭାଇରାଲ ହେବା ପରେ ଜିଲ୍ଲାରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବାନ୍ଧବାହାଲ ବନ୍ଦ ଡାକରା ଦିଆଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.