ETV Bharat / city

ଭାରତୀୟ ନୌସେନାର ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମା ପଞ୍ଚଭୂତରେ ବିଲୀନ - ଭୁବନେଶ୍ବରରେ ଏସ୍‌ ଏଚ୍‌ ଶର୍ମାଙ୍କ ପରଲୋକ

ପଞ୍ଚଭୂତରେ ବିଲୀନ ହେଲେ ଭାରତୀୟ ନୌସେନାର ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମା । ସ୍ବର୍ଗତ ଶର୍ମାଙ୍କ ପାର୍ଥିବ ଶରୀର ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରରେ ପହଞ୍ଚିଲା । ଅଧିକ ପଢ଼ନ୍ତୁ

ଭାରତୀୟ ନୌସେନାର ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମା ପଞ୍ଚଭୂତରେ ବିଲୀନ

author img

By

Published : Jan 4, 2022, 9:02 PM IST

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ଭାରତୀୟ ନୌସେନାର ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମା । ସ୍ବର୍ଗତ ଶର୍ମାଙ୍କ ପାର୍ଥିବ ଶରୀର ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରରେ ପହଞ୍ଚିଲା । ଏସ୍‌ ଏଚ୍‌ ଶର୍ମାଙ୍କ ଶେଷକୃତ୍ୟ ପାଇଁ ସ୍ବର୍ଗଦ୍ବାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା । ନୌସେନା ପକ୍ଷରୁ ତାଙ୍କୁ ତୋପ ସଲାମି ସହ ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ୍‌ ହନର ଦିଆଯାଇଥିଲା ।

ଭାରତୀୟ ନୌସେନାର ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମା ପଞ୍ଚଭୂତରେ ବିଲୀନ

ସ୍ବର୍ଗତ ଶର୍ମାଙ୍କ ସୁପୁତ୍ର କ୍ୟାପଟେନ ନବୀନ ଶର୍ମା ମୁଖାଗ୍ନୀ ଦେଇଥିଲେ । ଅନେକ ପୂର୍ବତନ ନାଭାଲ କମାଣ୍ଡର, ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସ୍ବର୍ଗଦ୍ବାରରେ ପହଞ୍ଚି ଶ୍ରୀହରିଲାଲ ଶର୍ମାଙ୍କ ଶେଷ ଦର୍ଶନ କରିଥିଲେ।

ଗତକାଲି(ମଙ୍ଗଳବାର) ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ଏସ୍‌ ଏଚ୍‌ ଶର୍ମା । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା । ମୃତ୍ୟୁ ପରେ ତାଙ୍କୁ ରାଜଧାନୀସ୍ଥିତ ତାଙ୍କ ବାସଭବନ ନୀଳକଣ୍ଠ ନଗରକୁ ନିଆଯାଇଥିଲା । ସେଠାରେ ତାଙ୍କ ଆତ୍ମୀୟ ସ୍ବଜନ ତାଙ୍କୁ ଶେଷ ଦର୍ଶନ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.