ETV Bharat / city

ଆଜି ଉଦ୍‌ଘାଟନ ହେବ ବେଦ ବିଦ୍ୟା ପ୍ରତିଷ୍ଠାନ - କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି ଉଦଘାଟିତ ହେବ ମହର୍ଷୀ ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର କରିବେ ଉଦ୍‌ଘାଟନ । ଅଧିକ ପଢ଼ନ୍ତୁ

ଆସନ୍ତାକାଲି ଉଦଘାଟନ ହେବ ବେଦ ବିଦ୍ୟା ପ୍ରତିଷ୍ଠାନ

author img

By

Published : Oct 4, 2022, 7:27 AM IST

ପୁରୀ: ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଦେଶର ଦ୍ୱିତୀୟ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ କରାଯିବ । ଉଜ୍ଜୟିନୀ ସ୍ଥିତ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ ବ୍ୟତୀତ ବାହାରେ ପାଞ୍ଚଟି ନୂଆ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଯୋଜନା କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ପୂର୍ବରେ ଶ୍ରୀଜଗନ୍ନାଥ ଧାମ ପୁରୀ ସ୍ଥିତ ଶ୍ରୀ ସଦାଶିବ କ୍ୟାମ୍ପସରେ ସାରା ଦେଶରେ ଦ୍ୱିତୀୟ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଶୁଭାରମ୍ଭ ହେବ ।

ଆସନ୍ତାକାଲି ଉଦଘାଟନ ହେବ ବେଦ ବିଦ୍ୟା ପ୍ରତିଷ୍ଠାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ କରାଯିବ ବେଦ ବିଦ୍ୟାଳୟର ଉଦ୍‌ଘାଟନ । ଆଗାମୀ ଦିନରେ ଅନ୍ୟ ତିନୋଟି ଧାମ ସମେତ ଉତ୍ତର-ପୂର୍ବ ରାଜ୍ୟରେ ଗୋଟିଏ ଲେଖାଁଏ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ ପ୍ରତିଷ୍ଠା କରାଯିବ । ଉତ୍ତରାଖଣ୍ଡର ବଦ୍ରିନାଥ, କର୍ଣ୍ଣାଟକର ଶୃଙ୍ଗେରୀ, ଗୁଜୁରାଟର ଦ୍ୱାରକା ଏବଂ ଆସାମର ଗୌହ୍ୱାଟିରେ ଏଭଳି ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାର ସ୍ୱୀକୃତି ଦେଇଛନ୍ତି । ଏହି ବେଦ ବିଦ୍ୟାଳୟ ପୁରୀରେ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଏହା ରାଜ୍ୟ ପାଇଁ ଏକ ଗୌରବର ବିଷୟ । ଏଥିରେ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ଭାରତୀୟ ଜ୍ଞାନ ପ୍ରଣାଳୀ ଓ ବେଦ ଅଧ୍ୟୟନକୁ ଗୁରୁତ୍ବ ଦିଆଯାଇଛି ।

ଦେଶର ଚାରିଧାମ ପୁରୀ, ଦ୍ବାରକା, ବଦ୍ରିନାଥ, ଶୃଙ୍ଗେରୀ ଓ ଉତ୍ତରପୂର୍ବ ରାଜ୍ୟ ଗୁଆହାଟିରେ ସମୁଦାୟ ପାଞ୍ଚଟି ରାଷ୍ଟ୍ରୀୟ ଆଦର୍ଶ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି । ତେବେ ମଙ୍ଗଳବାର ପୁରୀରେ ଶିକ୍ଷାମନ୍ତ୍ରୀ ଏହି ଆଦର୍ଶ ବେଦ ବିଦ୍ୟାଳୟର ଉଦଘାଟନ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵ ବିଦ୍ୟାଳୟ ସଦାଶିବ ପରିସରରେ ଉଦ୍‌ଘାଟନ କରିବେ ।

ବର୍ଷ ୨୦୨୨-୨୩ ଶିକ୍ଷା ବର୍ଷରେ ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ପ୍ରାରମ୍ଭ ହେବାକୁ ଯାଉଥିବା ବେଦ ବିଦ୍ୟାଳୟରେ ବେଦ ଭୂଷଣ ଚତୁର୍ଥ(ନବମ ଶ୍ରେଣୀ) ଏବଂ ବେଦ ଭୂଷଣ ପଞ୍ଚମ(ଦଶମ ଶ୍ରେଣୀ) ତଥା ବେଦ ବିଭୂଷଣ ପ୍ରଥମ(ଏକାଦଶ ଶ୍ରେଣୀ) ଓ ବେଦ ବିଭୂଷଣ ଦ୍ୱିତୀୟରେ (ଦ୍ୱାଦଶ ଶ୍ରେଣୀ) ଯୋଗ୍ୟତାକୁ ଆଧାର କରି ପ୍ରବେଶ ଦିଆଯିବ ।

ଛାତ୍ରମାନଙ୍କର ଆବାସ ଓ ଭୋଜନର ବ୍ୟବସ୍ଥା ଛାତ୍ରାବାସରେ ନିଃଶୁଳ୍କ ରହିବ । ଏହି ଆଦର୍ଶ ବେଦ ବିଦ୍ୟାଳୟରେ ବୈଦିକ ସଂସ୍କୃତ ଏବଂ ଜ୍ଞାନର ଅନୁରୂପ ଛାତ୍ର ମାନଙ୍କର ନିର୍ଦ୍ଧାରିତ ପାରମ୍ପରିକ ବେଶଭୂଷା-ପରିଧାନ ଏବଂ ଉଚ୍ଚ ଅନୁଶାସନରେ ରହି ଅଧ୍ୟୟନ କରିବେ । ଛାତ୍ରମାନଙ୍କୁ ବେଦ ଅଭ୍ୟାସ ସହିତ ସଂସ୍କୃତ, ଯୋଗ, ବିଜ୍ଞାନ, ଗଣିତ, ବୈଦିକ ଗଣିତ, ସାମାଜିକ ବିଜ୍ଞାନ, ଇଂରାଜୀ ଭାଷା, କମ୍ପ୍ୟୁଟର, କୃଷି ବିଦ୍ୟା ଭଳି ବିଷୟରେ ଅଧ୍ୟୟନ ଅଭ୍ୟାସ କରାଯିବ ।

ଏହାସହ କୌଶଳ ଉପରେ ଆଧାରିତ ବିଭିନ୍ନ ପାଠ୍ୟକ୍ରମ ଆରମ୍ଭ କରିବାର ଲକ୍ଷ୍ୟ ରଖାଯାଇଛି । ଅନୁରୂପ ଭାବରେ ପ୍ରାରମ୍ଭରେ ଛାତ୍ରମାନେ ରୁଗ୍ ବେଦ, ଯଜୁର୍ବେଦ, ସାମ ବେଦ ଓ ଅଥର୍ବ ବେଦର ଗୋଟିଏ ଗୋଟିଏ ଶାଖାରେ ଛାତ୍ରମାନଙ୍କର ଉପଲବ୍ଧତା ଆଧାରରେ ପ୍ରବେଶ ଦିଆଯିବ । ପ୍ରତିଷ୍ଠାନରେ ରହି ଆଧ୍ୟାତ୍ମିକ ଜ୍ଞାନ ଅର୍ଜିତ କରିଥିବା ଛାତ୍ରମାନେ କେବଳ ଭାରତ ବର୍ଷରେ ନୁହେଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଜ ବୈଦିକ ବାଙ୍ଗମୟର ସମଗ୍ର ଶିକ୍ଷାକୁ ହୃଦୟଙ୍ଗମ କରି ପାରିବେ । ସମଗ୍ର ଜ୍ଞାନରାଶିକୁ ସମଗ୍ର ବିଶ୍ୱରେ ଏହି ଜ୍ଞାନ ପ୍ରସାରିତ କରିବେ ।

ଭାରତକୁ ବିଶ୍ୱଗୁରୁ ପଦରେ ପ୍ରତିଷ୍ଠିତ କରିପାରିବେ । ବେଦର ପ୍ରତିଷ୍ଠାରେ ଭାରତରେ ଉଚ୍ଚତର ଜ୍ଞାନ ପରମ୍ପରା ସହିତ ଭାରତର ଉଚ୍ଚତର ମୂଲ୍ୟବୋଧ ଓ ଜୀବନର ବିକାଶ ହୋଇପାରିବ । ସମସ୍ତ ବେଦ ଗୁଡ଼ିକର ଉଚ୍ଚ ଅଧ୍ୟୟନ, ଭାରତୀୟ ଜ୍ଞାନ ପ୍ରଣାଳୀ, ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦କୁ ଆଗେଇ ନେବା ଦିଗରେ ଓଡ଼ିଶା ପାଇଁ ଆସନ୍ତାକଲି ଏକ ମହତ୍ୱପୂର୍ଣ୍ଣ ଦିନ । ଏହି କ୍ୟାମ୍ପସ ପରିସରରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ହିନ୍ଦୁ ଅଧ୍ୟୟନ କେନ୍ଦ୍ରର ଉଦଘାଟନ ସହ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ଏଠାରେ ବେଦ ଅଧ୍ୟୟନ ସହିତ ବିଶ୍ଵବିଦ୍ୟାଳୟରେ ବ୍ୟକ୍ତିତ୍ଵ, ଦକ୍ଷତା, ଟେକ୍ନୋଲୋଜି ଓ ବିଜ୍ଞାନ ଉପରେ ତାଲିମ ଦିଆଯିବ । ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦିଆଯିବାକୁ ଥିବା ଏହି ବିଦ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଅଧ୍ୟୟନର ସୁଯୋଗ ରହିବ । ପାରମ୍ପାରିକ ବେଶଭୂଷା, ପରିଧାନ ଓ ଉଚ୍ଚ ଅନୁଶାସନରେ ରହି ଅଧ୍ୟୟନର ସୁବିଧା କରାଯିବ । ହିନ୍ଦୁ ଧର୍ମଶାସ୍ତ୍ରର ସମସ୍ତ ବିଷୟ ଉପରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.