ETV Bharat / city

ପବିତ୍ର ଅଳାଁ ନବମୀ: ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପୀନାଥରେ ଭିଡ

author img

By

Published : Nov 5, 2019, 11:04 AM IST

ଆଜି ପବିତ୍ର ଅଳାଁ ନବମୀ ପୂଜା । ଏହି ଉପଲକ୍ଷେ ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ ।

ପବିତ୍ର ଅଳାଁ ନବମୀ

ପୁରୀ: ଆଜି ହେଉଛି ପବିତ୍ର ଅଳାଁ ନବମୀ । ରାଧା ପାଦ ଦର୍ଶନ ସହ ଅଳାଁ ଗଛକୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ । ଅଳାଁ ଗଛରେ ମା'ଲକ୍ଷ୍ମୀନାରାୟଣ ରୂପ ମାନି ଆଜି ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଗଛରେ ଡୋରି, କାଚ, ସିନ୍ଦୂର ଆଦି ଲଗାଇ ମା'ଙ୍କ ଆରଧାନ କରିବା ସହ ଶୁଭମନାସି ଥାନ୍ତି ଭକ୍ତ । ତେବେ ଏହି ପବିତ୍ର ନବମୀରେ ସାକ୍ଷୀଗୋପାଳ ସାକ୍ଷୀଗୋପୀନାଥ ମନ୍ଦିରରେ ଦେଖିବାକୁ ମିଳିଛି ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆଜି ମା' ରାଧାଙ୍କ ଶେଷ କୃତ୍ୟ ଦିନ । ଏହି ଦିନରେ ରାଧାଙ୍କର ପାଦ ଯୁଗଳ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ କରାଯାଏ । ତେବେ ନବମୀ ଉପଲକ୍ଷେ ସାକ୍ଷୀଗୋପାନୀଥ ମନ୍ଦିରରେ ଅନ୍ନ ଭୋଗ ବଦଳରେ ଭଳିକି ଭଳି ଶୁଖିଲା ଭୋଗ ଲାଗି ହୋଇଥାଏ । ଗହମ, ଅଟା, ଘିଅ, ଗୁଡ଼ରେ ଏହି ଭୋଗ ପ୍ରସ୍ତୁତ ହୋଇଥାଏ । ସର ପୁଳି, ଖିରୀ ପୁଳି, ଲୁଣି ଖଜା, ମିଠା ଖଜା, ଡାଲିମ୍ବ ଭୋଗ ସମେତ ଛତୁଆ, ଖୁରୁମା, କାକରା ଆଦି ହୋଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:nabami puja

Body:ଆଜି ହେଉଛି ପବିତ୍ର ଆଁଳା ନବମୀ। ରାଧା ପାଦ ଦର୍ଶନ ଆଜି କଲେ ସକଳ ମନୋକମନା ପୂର୍ଣ ହୁଏ। ପରମ୍ପରା ଅନୁଯାୟୀ ଆଁଳା ଵୃକ୍ଷ ମୂଳ ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୁଏ। ଆଁଳା ବୃକ୍ଷ କୁ ପ୍ରଭୁ ଲକ୍ଷ୍ମୀ ନାରାୟଣ ରୂପରେ ମାନି ଡୋର, କାଚ , ସିନ୍ଦୁର ଆଦି ଭିଡି ପୂଜା କରାଯାଏ। ଏହା ଦ୍ୱାରା ଭକ୍ତ ଙ୍କ ସକଳ ମନୋକମନା ପୂର୍ଣ ହୁଏ। ସାକ୍ଷୀଗୋପଳ ସାକ୍ଷୀଗୋପୀନାଥ ମନ୍ଦିର ଭିତରେ ଥିବା ଆଁଳା ବୃକ୍ଷ କୁ ଆଜି ହଜାର ହଜାର ଶ୍ରଦ୍ଧାଲୁ ପୂଜା କରିଛନ୍ତି । ସେହିପରି ଆଜି ମା ରାଧା ଙ୍କ ଶେଷ କୃତ୍ୟ ଦିନ। ଆଜିର ଦିନରେ ଭକ୍ତ ମାନେ ମା ରଧାଙ୍କ ର ପାଦ ଦର୍ଶନ କରିଥିଲେ। ଏଣୁ ଆଜି ଭକ୍ତ ମାନେ ମା ରାଧାଙ୍କ ର ପାଦ ଯୁଗଳ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ। ସେହିପରି ଆଜି ସାକ୍ଷୀଗୋପୀନାଥ ମନ୍ଦିରରେ ଅନ୍ନ ଭୋଗ ହୁଏ ନାହିଁ। ଭଳିକି ଭଳି ଶୁଖିଲା ଭୋଗ ହୋଇଥାଏ। ଗହମ, ଅଟା, ଘିଅ, ଗୁଡ଼ ରେ ଏହି ଭୋଗ ପ୍ରସ୍ତୁତ ହୋଇଥାଏ। ସର ପୁଳି, ଖିରୀ ପୁଳି , ଲୁଣି ଖଜା, ମିଠା ଖଜା, ଡାଲିମ୍ଭ ଭୋଗ ସମେତ ଛ ତୁଆ, ଖୁରୁମା, କାକରା ଆଦି ହୋଇ ଥାଏ। ଭକ୍ତ ମାନେ ଏହି ଭୋଗ କିଣି ଲଗାଇ ଥାନ୍ତି।

ବାଇଟ,, ସତ୍ୟନାରାୟଣ ଶତପଥୀ,, ପୂଜକ
ବାଇଟ,, ଭୋଗ ବ୍ୟବସାୟି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.