ETV Bharat / city

ପିପିଲି ହାଜତରେ ଥାର୍ଡ ଡିଗ୍ରୀ, ନାବାଳକ ଅଭିଯୁକ୍ତକୁ ପୋଲିସର ନିର୍ଯାତନା ଅଭିଯୋଗ - ପିପିଲି ହାଜତରେ ଥାର୍ଡ ଡିଗ୍ରୀ

ପୁଣି ଚର୍ଚ୍ଚାରେ ପିପିଲି ପୋଲିସର ବର୍ବରତା । ହାଜତରେ ନାବାଳକ ଅଭିଯୁକ୍ତକୁ ଥାର୍ଡ ଡିଗ୍ରୀକୁ ନେଇ ଏବେ ଅଡୁଆ ସୂତାରେ ଛନ୍ଦି ହୋଇଯାଇଛି । ଏନେଇ ନାବାଳକର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ପିପିଲି ହାଜତରେ ଥାର୍ଡ ଡିଗ୍ରୀ, ନାବାଳକ ଅଭିଯୁକ୍ତକୁ ପୋଲିସ ନିର୍ଯ୍ୟାତନା ଅଭିଯୋଗ

author img

By

Published : Nov 23, 2020, 7:58 AM IST

ପୁରୀ: ପିପିଲି ଥାନା ହାଜତରେ ଥାର୍ଡ ଡିଗ୍ରୀକୁ ନେଇ ପୁଣି ପିପିଲି ପୁଲିସ ଏବେ ଅଡୁଆ ସୂତାରେ ଛନ୍ଦି ହୋଇଯାଇଛି । 5 ଜଣ ଅଭିଯୁକ୍ତ ସମେତ ଜଣେ ନାବାଳକଙ୍କୁ ସାବାଳକ ସଜାଇ ନିସ୍ତୁକ ପିଟି ଜେଲ ହାଜତରେ ଠୁଙ୍କି ଦେଇଛି । ଏକ ଆକ୍ରମଣ ମାମଲାରେ ସଂପୃକ୍ତି ଅଭିଯୋଗରେ ପିପିଲି ସୁଲତାନ ନଗର ବାସିନ୍ଦା ରାଜୁ ବେହେରା(୧୭)ଙ୍କୁ ପୁଲିସ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଯେଉଁ ମାମଲାରେ ରାଜୁକୁ ଗିରଫ ଦର୍ଶା ଯାଇଛି, ଉକ୍ତ ଘଟଣା ଘଟିବାର ୨ ଘଣ୍ଟା ପୂର୍ବରୁ ରାଜୁକୁ ପୁଲିସ ଏକ ଭୋଜି ସ୍ଥଳରୁ କୌଣସି କାରଣରୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା ବୋଲି ରାଜୁର ବାପା ଅଭିଯୋଗ କରିଛନ୍ତି । ନାବାଳକଙ୍କୁ ଗିରଫ କରାଗଲେ ପୁରୀର ସ୍ବତନ୍ତ୍ର ଅଦାଲତକୁ ପଠାଇବାର ନିୟମ ରହିଛି ।

ସେହିପରି ରାଜୁକୁ ବ୍ରହ୍ମପୁରସ୍ଥିତ ବାଳ ଅପରାଧ ଜେଲକୁ ପଠାଇବା ପରିବର୍ତ୍ତେ ନିମାପଡା ଜେଲକୁ ପଠାଇ ପୁଲିସ ଏବେ ହରଡ଼ଘଣାରେ ପଡିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯାହାକୁ ନେଇ ପୁଣି ଚର୍ଚ୍ଚାରେ ପିପିଲି ପୁଲିସ ।

ଅତୀତର ବେବିନା ଦୁଷ୍କର୍ମ ହତ୍ୟା ଘଟଣାରେ ପିପିଲି ପୁଲିସ ସାରା ଦେଶରେ ନିନ୍ଦିତ ହୋଇଥିବାବେଳେ ଏବେ ଥାନା ହାଜତରେ ପୁଲିସର ଥାର୍ଡ ଡିଗ୍ରୀ ଘଟଣାରେ ପିପିଲି ପୁଲିସ ନିନ୍ଦିତ ହୋଇଛି । ସେହିପରି ନାବାଳକ ରାଜୁକୁ ବାଦଦେଲେ ଅନ୍ୟ ୫ ଜଣ ଅଭିଯୁକ୍ତ ଅସୁସ୍ଥ ଅବସ୍ଥାରେ କଟକ ବଡ଼ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଅମାନବୀୟ ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ମାନବାଧିକାର କର୍ମୀ ପ୍ରମୁଖ ନିନ୍ଦା କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.