ETV Bharat / city

ବଳଙ୍ଗା ପୋଲିସକୁ ବଡ଼ ସଫଳତା, ପେଷାଦାର ଲୁଟେରା ଗ୍ୟାଙ୍ଗ ଗିରଫ - ତିନି ଚୋର ଗିରଫ

ପେଷାଦାର ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଳଙ୍ଗା ପୋଲିସ । ଗ୍ୟାଙ୍ଗର ତିନିଜଣଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ସହ 66 ହଜାର ଟଙ୍କା ଜବତ କରିଛି l ଅଧିକ ପଢନ୍ତୁ...

ବଳଙ୍ଗା ପୋଲିସକୁ ବଡ଼ ସଫଳତା, ପେଷାଦାର ଚୋର ଗ୍ୟାଙ୍ଗ ଗିରଫ

author img

By

Published : Jan 12, 2021, 10:22 AM IST

ପୁରୀ: ଜିଲ୍ଲା ବଳଙ୍ଗା ଥାନା ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା l ଏକ ପେଷାଦାର ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଳଙ୍ଗା ପୋଲିସ । ଗତ କିଛିଦିନ ତଳେ ପିପିଲି ଓ ବଳଙ୍ଗା ଅଞ୍ଚଳର ଏକାଧିକ ଘର ଏବଂ ଦୋକାନରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା l

ଲଗାତାର ଭାବେ ବୃଦ୍ଧି ପାଉଥିବା ଚୋରି ଘଟଣାକୁ ନେଇ SDPO ଦେବଦତ୍ତ ବରାଳଙ୍କ ନେତୃତ୍ୱରେ ଏବଂ ବଳଙ୍ଗା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟଙ୍କ ତଦାରଖରେ ଏକ ଟିମ ଏହାର ତଦନ୍ତ ଆରମ୍ଭ କରିଥିଲେ l ବିଳମ୍ବରେ ହେଉ ମଧ୍ୟ ବଳଙ୍ଗା ପୋଲିସ ଏହି ପେଷାଦାର ଲୁଟେରା ଗ୍ୟାଙ୍ଗର ତିନିଜଣଙ୍କୁ ଗିରଫ କରିବା ସହ ଚୋରୀ ହୋଇଥିବା ସାମଗ୍ରୀ ସହ 66 ହଜାର ଟଙ୍କା ଜବତ କରିଛି l

ବଳଙ୍ଗା ପୋଲିସକୁ ବଡ଼ ସଫଳତା, ପେଷାଦାର ଚୋର ଗ୍ୟାଙ୍ଗ ଗିରଫ

ଜବତ ହୋଇଥିବା ଜିନିଷ ମଧ୍ୟରେ ସୁନା ଚେନ, ମୁଦି, ଏଲଇଡି, କମ୍ପ୍ୟୁଟର, 70 ମୋବାଇଲ, ସ୍ପିକର, ସେଟପ୍ ବକ୍ସ, ମାଛଜାଲ ଏବଂ ଘର ଭାଙ୍ଗିବାରେ ବ୍ୟବହୃତ ହୋଇଥିବା ହାତ ହତିଆର ରହିଥିବା ବେଳେ ଗିରଫ ଅପରାଧୀ ମାନେ ହେଲେ ଜଗନ୍ନାଥ ସାହୁ, ବଳରାମ ସାହୁ ଓ ନିରଞ୍ଜନ ମହାପାତ୍ର ।

ଏହି ଅପରାଧୀ ମାନଙ୍କୁ ଭିନ୍ନ ଭିନ୍ନ 4 ଗୋଟି କେଶରେ ସମ୍ପୃକ୍ତ ଥିବାନେଇ କେଶ ରୁଜୁ କରିଛି ବଳଙ୍ଗା ପୋଲିସ l ଏନେଇ ଆଜି ବଳଙ୍ଗା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ପିପିଲି SDPO ଦେବଦତ୍ତ ବରାଳ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.