ପୁରୀ: ଆସନ୍ତା ୧୭ ତାରିଖରେ ତିନିରଥ ନେବେ ଦକ୍ଷିଣ ମୋଡ । ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବୈଷୟିକ ଟିମ୍ ଦ୍ବାରା ତିନିରଥର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ଯାଞ୍ଚ କରାଯାଉଛି । ତିନିରଥରେ ସାମାନ୍ୟ ଫାଟ ରହିଥିବା ବେଳେ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ସାମାନ୍ୟ ଫାଟ ଥିବା ଜଣାପଡିଛି ।
ସେହିଭଳି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ଫାଟ ରହିଛି । ଏହାକୁ ମରାମତି କରାଯାଉଛି । ଦଶମହାରଣା ଛଅ ଜଣ ଭୋଇ ସେବକ ଓ ତିନିଜଣ କମାର ସେବକ ମରାମତି କରୁଛନ୍ତି । ପୂର୍ବତଟ ରେଳବାଇର ଟେକ୍ନିକାଲ ଟିମ୍ କ୍ଷତିଗ୍ରସ୍ତ ଅଂଶକୁ ଜଗ ଲଗାଇ ଟେକି ଧରିବା ଯୋଗୁଁ ମରାମତି ତ୍ବରିତ ସହ ସହଜ ହୋଇପାରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ