ETV Bharat / city

ଚଳଚଞ୍ଚଳ ରଥଖଳା, ଦେଢା ମଜୁରୀ ପାଇଁ ପ୍ରଶାସନ ପାଖରେ ମହାରଣାଙ୍କ ଦାବି

ରଥଯାତ୍ରା ନେଇ ରଥ ଖଳା ଚଳଚଞ୍ଚଳ । ତେବେ ପ୍ରବଳ ଖରା ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି । ଫଳରେ କାର୍ଯ୍ୟରେ ବିଳମ୍ବ ଘଟୁଛି । ଏନେଇ ଅଧିକ ସମୟ କାର୍ଯ୍ୟ କରିବାର ଆବଶ୍ୟକ ଥିବାବେଳେ ଦେଢ ମଜୁରୀର ଆବଶ୍ୟକ ରହିଥିବା ବିଶ୍ଵକର୍ମା ମହାରଣା କହିଛନ୍ତି ।

author img

By

Published : Jun 12, 2019, 3:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ

ପୁରୀ: ରଥଯାତ୍ରା ନେଇ ରଥ ଖଳା ଚଳଚଞ୍ଚଳ । ତେବେ ପ୍ରବଳ ଖରା ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି । ଫଳରେ କାର୍ଯ୍ୟ ରେ ବିଳମ୍ବ ଘଟୁଛି । ଏନେଇ ଅଧିକ ସମୟ କାର୍ଯ୍ୟ କରିବାର ଆବଶ୍ୟକ ଥିବାବେଳେ ଦେଢ ମଜୁରୀର ଆବଶ୍ୟକ ରହିଥିବା ବିଶ୍ଵକର୍ମା ମହାରଣା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ବର୍ତ୍ତମାନ ସମୟରେ 448 ଟଙ୍କା ମଜୁରୀ ରହିଛି । ଅଧିକ ସମୟ କାମ ପାଇଁ ପୁରା ମଜୁରୀ ସହିତ ମୂଳ ମଜୁରୀର ଅଧା ମଜୁରୀ ମିଶାଇ ଦେବାକୁ ମହାରଣାମାନେ ଦାବି କରିଛନ୍ତି । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଲିଖିତ ଅବଗତ କରାଯାଇଛି । ତେବେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ମଜୁରୀକୁ ନେଇ କୌଣସି ପ୍ରତିବନ୍ଧକ ହେବ ନାହିଁ ବୋଲି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ପ୍ରକାଶ କରିଛନ୍ତି ।

ପ୍ରଶାସନ ମହାରଣାଙ୍କ ଦାବିକୁ ବିଚାରକୁ ନେବା ପାଇଁ ସେ ଅନୁରୋଧ କରିଛନ୍ତି । ଏପର୍ଯ୍ୟନ୍ତ ତିନି ରଥର ଚକ ନିର୍ମାଣ ସରିଛି । ତେବେ ପ୍ରବଳ ଖରା ଯୋଗୁଁ ଦିନରେ ଦଣ୍ଡା ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ । ଫଳରେ ସ୍ନାନ ପୂର୍ଣ୍ଣିମା ଦିନ ତିନି ରଥରେ ଚାରି ନାହାକ ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଧ୍ୟାନ ଦେବାର ଆବଶ୍ୟକ ରହିଛି ।

ପୁରୀ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ଭୁବନେଶ୍ୱର:ସାରା ବିଶ୍ୱରେ ଆଜିର ଦିନ ଅର୍ଥାତ ଜୁନ 12 ତାରିଖ କୁ ଶିଶୁ ଶ୍ରମିକ ବିରୋଧୀ ଦିବସ ଭାବେ ପାଳନ କରାଯାଉଛି।ଏହି ଅବସରରେ ସ୍ବେଛାସେବୀ ଅନୁଷ୍ଠାନ ପିକକ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।
ବିଭିନ୍ନ ସ୍ଥାନରେ ଘରୋଇ ଓ କଲକାରଖାନା ମାନଙ୍କରେ ଶିଶୁମାନଙ୍କୁ ବିପଦପୂର୍ଣ୍ଣ ଭାବେ କାର୍ଯ୍ୟରେ ନିୟୋଜିତ କରାଯାଉଛି।ଏପରି କି ସେମାନେ କାମ ନ କରିପାରିଲେ ଅକଥନୀୟ ନିର୍ଯ୍ୟାତନା ମଧ୍ୟ ଦିଆ ଯାଉଛି।ତେଣୁ ସମାଜରେ ଏପରି କଳଙ୍କିତ ପ୍ରଥାକୁ ବନ୍ଦ କରି ସେମାନଙ୍କୁ ସେମାନଙ୍କ ଅଧିକାର ଦେବାଲାଗି  ଲୋକମାନଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟି କରିବା ଏହାର ମୁଖ୍ୟ ଉଦେଶ୍ୟ ବୋଲି ପିକକ ନିର୍ଦେଶକ ଅନୁରାଧା ମହାନ୍ତି କହିଛନ୍ତି।ସରକାରୀ ହିସାବରେ ଧାର୍ଯ୍ୟ ସମୟ 2025 ସୁଦ୍ଧା ରାଜ୍ୟରୁ ଶିଶୁ ଶ୍ରମିକ ସମ୍ପୂର୍ଣ୍ଣ ବିଲୋପ କରିବା ପାଇଁ ସମସ୍ତେ ଏ ଦିଗରେ କାର୍ଯ୍ୟ କରିବାକୁ ସେ କହିଛନ୍ତି।
ରାମ ମନ୍ଦିର ନିକଟରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ବାହାରିଥିବା ଆଜିର ଏହି ସଚେତନତା ଶୋଭାଯାତ୍ରାରେ ଅନେକ ଶିଶୁ ,ଛାତ୍ରଛାତ୍ରୀ ଓ ସରକାରୀ ଅଧିକାରୀମାନେ ଭାଗ ନେଇଥିଲେ।ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ବିଭିନ୍ନ ସ୍ଲୋଗାନ ଦେବା ସହିତ ଦସ୍ତଖତ କ୍ୟାମ୍ପେନ ରେ ଭାଗ ନେଇ ନିଜର ମତ ପ୍ରଦାନ କରିଥିଲେ।
Laxmikanta Das
Bhubaneswar
Visual already sent by mojo
Byte-anuradha mohanty

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.