ETV Bharat / city

ଆରମ୍ଭ ହେଲା ତିନିରଥ ଖୋଲା ପ୍ରକ୍ରିୟା

author img

By

Published : Jul 29, 2020, 12:21 PM IST

ଚଳିତ ବର୍ଷ ମହାପ୍ରଭୁଙ୍କ ତିନିରଥ ଜଗନ୍ନାଥ ବଲ୍ଲବରେ ଏକ ମ୍ୟୁଜିୟମ କରାଯାଇ ସଂରକ୍ଷଣ କରି ରଖାଯିବ । ଯେଉଁଥିଲାଗି ଆଜିଠାରୁ ରଥ ଖୋଲିବା କାର୍ଯ୍ୟ ଆରମ୍ଭ ହୋଇଛି ।

ତିନିରଥ ଖୋଲିବା ପ୍ରକ୍ରିୟା ଆରମ୍ଭ
ତିନିରଥ ଖୋଲିବା ପ୍ରକ୍ରିୟା ଆରମ୍ଭ

ପୁରୀ: ଆରମ୍ଭ ହେଲା ତିନିରଥ ଖୋଲିବା ପ୍ରକ୍ରିୟା । ଚଳିତ ବର୍ଷ ମହାପ୍ରଭୁଙ୍କ ତିନି ରଥ ଜଗନ୍ନାଥ ବଲ୍ଲବରେ ଏକ ମ୍ୟୁଜିୟମ କରାଯାଇ ସଂରକ୍ଷଣ କରି ରଖାଯିବ । ଚଳିତଥର ରଥଯାତ୍ରାରେ ଭକ୍ତମାନେ ପୁରୀ ଆସିନଥିବାରୁ ବର୍ଷ ସାରା ବିଭିନ୍ନ ସମୟରେ ଆସୁଥିବା ଭକ୍ତ ଓ ଯାତ୍ରୀ ଏହି ତିନି ରଥର କାରୁକାର୍ଯ୍ୟ ଓ ଗଠନ ଦେଖିପାରିବେ । ଯେଉଁଥିଲାଗି ଆଜି ଠାରୁ ରଥ ଖୋଲିବା କାର୍ଯ୍ୟ ଆରମ୍ଭ ହୋଇଛି ।

ତିନିରଥ ଖୋଲିବା ପ୍ରକ୍ରିୟା ଆରମ୍ଭ

ତିନି ରଥର କାଠ ଖୋଲା ଯାଉଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଉପର ଭାଗରୁ ଖୋଲାଯାଉଛି । କଳସ, ଶୁଆ, ଅଁଳା, ପାରା ଭାଡି ଉପର ଭାଗରୁ ଖୋଲାଯାଉଛି । ତିନି ରଥରୁ ସବୁ ଜିନିଷ ଯେଭଳି ଭଲରେ ବାହାରିବ, କୌଣସି ଜିନିଷ ଯେଭଳି ନ ଭାଙ୍ଗେ ସେ ନେଇ ଦୃଷ୍ଟି ଦିଆଯାଉଛି ।

ରଥ ଖୋଲିବା ପାଇଁ ଏକ ଟିମ ଶ୍ରୀମନ୍ଦିର ପ୍ରଶାସନ କରିଛି । ଏହାର ନିରୀକ୍ଷଣରେ ରଥ ଖୋଲାଯିବ । ଭୋଇ ସେବକ, କମାର ସେବକ ଓ ତିନି ରଥର ମୁଖ୍ୟ ବିଶ୍ବକର୍ମାଙ୍କୁ ରଥ ଖୋଲାଯିବା କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ଏହି ରଥ କାଠ ଜଗନ୍ନାଥ ବଲ୍ଲବରେ ରହିବ । ସେଠାରେ ରଥକୁ ପୁଣି ଯୋଡାଯାଇ ନୂଆ ରୂପ ଦିଆଯିବ । ରାସାୟନିକ ପ୍ରଲେପ ଦିଆଯାଇ ରଥକୁ ସୁରକ୍ଷିତ ରଖାଯିବ । ତେବେ ରଥ ଖୋଲିବା ପାଇଁ 25 ଦିନ ସମୟ ଶ୍ରୀମନ୍ଦିର ପ୍ରଶାସନ ଦେଇଛି । ଚଳିତବର୍ଷ ରଥଯାତ୍ରା ବିନା ଭକ୍ତରେ ହୋଇଛି । ଏଣୁ ଐତିହାସିକ ରଥଯାତ୍ରା ସ୍ମୃତି ସଂରକ୍ଷଣ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ସେହିପରି ତିନି ରଥରେ ନୂଆ ପାର୍ଶ୍ଵ ଦେବଦେବୀ, ଘୋଡା, ସୁଆ, କଳସ ତିଆରି ହୋଇ ଲାଗି ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.