ETV Bharat / city

ପତିତପାବନଙ୍କ ଦର୍ଶନ କଲେ ଓଏଚଆରସି ଅଧ୍ୟକ୍ଷ - puri srimandeer

ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବି କେ ପଟେଲ ପୁରୀ ଆସି ମହାପ୍ରଭୁଙ୍କ ପତିତପାବନ ବାନା ଦର୍ଶନ କରିଛନ୍ତି । ପଢନ୍ତୁ ଅଧିକ.....

ପତିତପାବନଙ୍କ ଦର୍ଶନ କଲେ ଓଏଚଆରସି ଅଧ୍ୟକ୍ଷ
ପତିତପାବନଙ୍କ ଦର୍ଶନ କଲେ ଓଏଚଆରସି ଅଧ୍ୟକ୍ଷ
author img

By

Published : Dec 16, 2020, 6:17 PM IST

ପୁରୀ: ରାଜ୍ୟ ମାନବାଧିକାର କମିଶନ ଅଧ୍ୟ କ୍ଷ ଜଷ୍ଟିସ ବି କେ ପଟେଲ ପୁରୀ ଗସ୍ତରେ ଆସି ପ୍ରଭୁ ପତିତପାବନଙ୍କ ଦର୍ଶନ କରିଛନ୍ତି । ସେହିପରି ଆଗାମୀ ଦିନରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସରକାର କରୁଥିବା ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ସେ ଜିଲା ପ୍ରଶାସନ ସହ ଆଲୋଚନା କରିଛନ୍ତି ।

ପତିତପାବନଙ୍କ ଦର୍ଶନ କଲେ ଓଏଚଆରସି ଅଧ୍ୟକ୍ଷ

କୋଭିଡ ସମୟରେ କିଭଳି ଶ୍ରୀମନ୍ଦିର ଭିତରେ ଭକ୍ତମାନେ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେ ନେଇ ମନ୍ଦିର ପ୍ରଶାସନ ଗ୍ରହଣ କରିଥିବା ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଠାରୁ ତଥ୍ୟ ମଧ୍ୟ ମାଗିଛନ୍ତି ।

ସେହିପରି ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ହାଜତ ମୃତ୍ୟୁ ଓ ପୋଲିସ ନିର୍ଯାତନା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି । ଯିଏବି ଦୋଷୀ ସାବ୍ୟସ୍ତ ହେବ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲୋକଙ୍କ ମାନବାଧିକାର ସୁରକ୍ଷା ତାଙ୍କର ପ୍ରମୁଖ କାର୍ଯ୍ୟ ବୋଲି ମଧ୍ୟ ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.