ETV Bharat / city

ଗୁରୁବାର ଠୁ ପୁରୀରେ ଆରମ୍ଭ ହେବ ରାତ୍ରିକାଳୀନ ସଫେଇ କାର୍ଯ୍ୟକ୍ରମ - puri collector

ଗୁରୁବାର ଭୋର ସମୟରୁ ପୁରୀରେ ଆରମ୍ଭ ହେବ ରାତ୍ରି ସଫେଇ କାର୍ଯ୍ୟକ୍ରମ। ପୁରୀ ସହରରେ ମୋ ଧାମ ମୋ ଗର୍ବ ଅଭିଯାନ ଅଧିନରେ ଜାରି ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ଏଥିପାଇଁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଆଜି(ବୁଧବାର) ସନ୍ଧ୍ୟାରେ ନିଜ ଆବାସିକ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଅଧିକ ପଢ଼ନ୍ତୁ...

ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ରାତ୍ରିକାଳୀନ ସଫେଇ କାର୍ଯ୍ୟକ୍ରମ

author img

By

Published : Nov 4, 2020, 10:51 PM IST

ପୁରୀ: ଗୁରୁବାର ଭୋର ସମୟରୁ ପୁରୀରେ ଆରମ୍ଭ ହେବ ରାତ୍ରି ସଫେଇ କାର୍ଯ୍ୟକ୍ରମ। ପୁରୀ ସହରରେ ମୋ ଧାମ ମୋ ଗର୍ବ ଅଭିଯାନ ଅଧିନରେ ଜାରି ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ଆସନ୍ତାକାଲି(ଗୁରୁବାର) ଭୋର 3ଟାରୁ ସହରର ମୁଖ୍ୟ ଗଳିମାନଙ୍କରୁ ରାତ୍ରି ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସହରର ପ୍ରତ୍ୟେକ ଗଳିକନ୍ଦିରୁ ଆବର୍ଜନା ସଫା କରାଯିବା ସହ ସଚେତନତା ସୃଷ୍ଟି କରାଯାଉଛି । ଆସନ୍ତା ୬ ଓ ୭ ତାରିଖରେ ପ୍ଲାଷ୍ଟିକ ସାମଗ୍ରୀ ସଂଗ୍ରହ ପାଇଁ ସ୍ବତନ୍ତ୍ର ଗାଡ଼ି ପ୍ରତି ଗଳିକନ୍ଦିରେ ଚାଲିବ। ଏହାପରେ ୬ ତାରିଖରେ ଦସ୍ତଖତ ଅଭିଯାନ ମଧ୍ୟ କରାଯିବ।

ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ରାତ୍ରିକାଳୀନ ସଫେଇ କାର୍ଯ୍ୟକ୍ରମ

ପ୍ରତ୍ୟେକ ବ୍ୟକ୍ତି ସ୍ବଚ୍ଛତା ବଜାୟ ରଖିବା ନିମନ୍ତେ ଶପଥ କରି ଦସ୍ତଖତ ଅଭିଯାନରେ ସାମିଲ ହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏଥିପାଇଁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଆଜି(ବୁଧବାର) ସନ୍ଧ୍ୟାରେ ନିଜ ଆବାସିକ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହାସହ ଏହାକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି।

ବୁଧବାର ବିଭିନ୍ନ ୱାର୍ଡରୁ ଟ୍ରାକ୍ଟର ମାଧ୍ୟମରେ ୬୩ ଲୋଡ ଆବର୍ଜନା ସଂଗ୍ରହ କରାଯାଇଛି। ରାସ୍ତାକଡରେ ନିର୍ମାଣ ସାମଗ୍ରୀ, ଆବର୍ଜନା ରଖି ଅବରୋଧ କରିବା ସହ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନୀୟମ ଲଂଘନ କରିଥିବାରୁ ୪୭ ଜଣଙ୍କୁ ନୋଟିସ ଜାରି କରାଯାଇଛି। ସେହିଭଳି ୩ ଜଣଙ୍କଠାରୁ ୯ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଜି ଦିନକରେ ବିଭିନ୍ନ ୱାର୍ଡରେ ପ୍ରାୟ ୫.୮ କି.ମି. ପରିସରରୁ ଅନାବନା ଗଛ କଟାଯାଇ ସଫାକରାଯାଇଛି । ଏହା ବ୍ୟତୀତ ପୁରୀ ସହର ସ୍ବଚ୍ଛତା ଉପରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଚିତ୍ର ଅଙ୍କା ଯାଉଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଶ୍ରୀମନ୍ଦିର ନୀତି ପ୍ରଶାସକ ଅଜୟ କୁମାର ଜେନା, ସ୍ବତନ୍ତ୍ର ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ, ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.