ETV Bharat / city

ପୁରୀରେ ଅଛନ୍ତି 13 ଲକ୍ଷ ଭୋଟର, ପ୍ରକାଶ ପାଇଲା ଚୁଡାନ୍ତ ତାଲିକା

ପୁରୀ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା । ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନ ମଣ୍ତଳୀରେ ମୋଟ ୧୩ ଲକ୍ଷ ୯୧ ହଜାର ୬୪ ଜଣ ଭୋଟର ଅଛନ୍ତି । ଅଧିକ ପଢନ୍ତୁ

ପୁରୀ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା

author img

By

Published : Jan 8, 2022, 8:32 AM IST

ପୁରୀ: ରାଜ୍ୟରେ ୨୦୨୨ ମସିହା ପାଇଁ ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ ହୋଇଛି । ପୁରୀ ଜିଲ୍ଲାରେ ମଧ୍ୟ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଜିଲ୍ଲାର ବିଭିନ୍ନ ୱାର୍ଡ, ସମିତି ସଭ୍ୟ, ସରପଞ୍ଚ ଓ ଅଧ୍ୟକ୍ଷ ପାଇଁ ୩୦୦ଟି ଅଭିଯୋଗ ଆସିଥିଲା । ପୂର୍ବରୁ ଜାରି ହୋଇଥିବା ଚିଠା ଭୋଟର ତାଲିକାରେ ଜିଲ୍ଲାରେ ୧୩ ଲକ୍ଷ ୬୧ ହଜାର ୭୫୮ ଜଣ ଭୋଟର ରହିଥିଲେ । ବର୍ତ୍ତମାନ ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନ ମଣ୍ତଳୀରେ ମୋଟ ୧୩ ଲକ୍ଷ ୯୧ ହଜାର ୬୪ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୧୭ ହଜାର ୩୮୨ ଜଣ ପୁରୁଷ, ୬ ଲକ୍ଷ ୭୩ ହଜାର ୬୦୬ ଜଣ ମହିଳା ଏବଂ ୭୬ ଜଣ ଅନ୍ୟାନ୍ୟ ଭୋଟର ଅଛନ୍ତି ।

ମୃତ ଭୋଟର ମାନଙ୍କୁ ତାଲିକାରୁ ବାଦ ଦେବା ପରେ ନୂତନ ଭୋଟର ଏବଂ ସ୍ଥାନାନ୍ତରଣ କରିଥିବା ମତଦାତାଙ୍କୁ ମିଶାଇ ମୋଟ ୨୯ ହଜାର ୩୦୬ ଜଣ ନୂଆ ମତଦାତା ସାମିଲ ହୋଇଛନ୍ତି । ଜିଲ୍ଲାର ୬ଟି ଯାକ ବିଧାନସଭା ନିର୍ବାଚନ ମଣ୍ତଳୀ ନିମନ୍ତେ ୧୫୯୩ଟି ମତଦାନ କେନ୍ଦ୍ର ରହିଥିବା ନେଇ ଉପ ଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.