ପୁରୀ: ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବିଶେଷ କରି ପୁରୀ ଟାଉନ, ପୁରୀ ସଦର, କୋଣାର୍କ, ଗୋପ, କାକଟପୁର, ଅସ୍ତରଙ୍ଗ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଣୁ ଉକ୍ତ ଅଞ୍ଚଳରୁ 30 ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାକୁ ବ୍ୟବସ୍ଥା ହୋଇ ସାରିଛି । ସନ୍ଧ୍ୟା ସୁଦ୍ଧା ଏହା ଶେଷ ହେବ ।
ସେହିପରି ବାତ୍ୟା ପରେ ରାସ୍ତା ସଫା କରିବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ବ୍ୟବସ୍ଥା ଠିକ୍ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରହିଛି । ପୁରୀରେ ଗୋଟିଏ ଏନଡିଆରଏଫ୍ ଟିମ୍ ଓ କାକଟପୁର, ଅସ୍ତରଙ୍ଗରେ ଏକ ଓଡ୍ରାଫ ଟିମ ମୁତୟନ କରାଯାଇଛି । ସେହିପରି ବାତ୍ୟା ଆଶ୍ରୟ ସ୍ଥଳୀରେ ରନ୍ଧା ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା ହୋଇଛି ।
ତେବେ ପାଣିପାଗ ବିଭାଗ ସୂଚନାନୁଯାୟୀ ଆଜି ସନ୍ଧ୍ୟାରୁ ପୁରୀ ରେ 65 କିଲୋମିଟର ପବନ ବହିବାର ସମ୍ଭବନା ରହିଛି । ଆସନ୍ତା କାଲି 75 ରୁ 100 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ଜିଲ୍ଲାପାଳ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ