ETV Bharat / city

ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ସମ୍ଭାବ୍ୟ ବାତ୍ୟା ୟାସ' କୁ ନେଇ ପସ୍ତୁତିର ସମୀକ୍ଷା କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଅଧିକ ପଢନ୍ତୁ...

ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ
ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ
author img

By

Published : May 23, 2021, 7:11 PM IST

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ସମ୍ଭାବ୍ୟ ବାତ୍ୟା ୟାସ'ର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି । ବାତ୍ୟାର ସଫଳ ମୁକାବିଲା ସହ ଜିରୋ କାଜୁଆଲଟି ଉପରେ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି । ଜିଲ୍ଲାରେ ରବି ଧାନ ଫସଲ ସଂଗ୍ରହ ଜାରି ରହିଥିବା ବେଳେ ସରକାରୀ ଭାବେ ଘୋଷିତ ୮୬ଟି ମଣ୍ତି ଏବଂ ସମସ୍ତ ପ୍ରାଥମିକ ସେବା ସମବାୟ ସମିତିର ସଂପୃକ୍ତ ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।

ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଧାନ ସଂଗ୍ରହ ସହ ସମସ୍ତ ମଣ୍ତିକୁ ଆରଏମସି ପକ୍ଷରୁ ପର୍ଯ୍ୟାପ୍ତ ପଲିଥିନ୍ ଯୋଗାଇ ଦେବା ସହ ଆସନ୍ତ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଅବଧି ଶେଷ ହେବାକୁ ଥିବା ଚାଷୀମାନଙ୍କ ଟୋକନ୍ ଯେଭଳି କାର୍ଯ୍ୟକ୍ଷମ ହୋଇପାରିବ ସେଥି ନିମନ୍ତେ ବ୍ୟବସ୍ଥା କରିବାକୁ ଉଭୟ ଜିଲ୍ଲା ଯୋଗାଣ ଅଧିକାରୀ ଓ ଜିଲ୍ଲା ସମବାୟ ନିବନ୍ଧକଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି । ଚାଷୀମାନେ ନିଜ ସଂଗୃହିତ ଅମଳକୁ ସୁରକ୍ଷିତ ରଖିବେ ସେଥିପାଇଁ ବ୍ୟାପକ ସଚେତନ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଓ ଚିଲିକା ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯିବା ସହ ସମସ୍ତ ମତ୍ସ୍ୟ ପ୍ରାଥମିକ ସମିତିକୁ ବାତ୍ୟା ସଂପର୍କରେ ଅବଗତ କରାଇବାକୁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ଚିଲିକାରୁ ମାଛ ମାରୁଥିବା ମତ୍ସ୍ୟଜୀବୀ ମାନଙ୍କ ଡଙ୍ଗା ଯେପରି କ୍ଷତିଗ୍ରସ୍ତ ନହୁଏ ସରକାରୀ ଭାବେ ସଚେତନ କରିବାକୁ ବାଲୁଗାଁ ମତ୍ସ୍ୟ ଅଧିକାରୀ ଓ ସମସ୍ତ ପ୍ରାଥମିକ ମତ୍ସ୍ୟ ସମିତିକୁ ଅବଗତ କରିବାକୁ ପରାମର୍ଶ ଦିଆଯାଇଛି । କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁ୍ରୀ ସଦର, ଗୋପ, କାକଟପୁର, ଅସ୍ତରଙ୍ଗ ଭଳି ଉପକୂଳବର୍ତ୍ତୀ ବ୍ଲକରେ ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ ପୂର୍ବକ ମକଡ୍ରିଲ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଆବଶ୍ୟକସ୍ଥଳେ ପ୍ରାୟ ଏକ ଲକ୍ଷ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନ ଭାବେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ରଖିବା ସହ ସେମାନଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି । ଏତଦ୍ ବ୍ୟତୀତ ଔଷଧ ଓ ପଶୁଖାଦ୍ୟ ମହଜୁଦ୍ ଥିବା ନେଇ ଜିଲ୍ଲାପାଳ କହିଛନ୍ତି ।

ବାତ୍ୟା ପରବର୍ତ୍ତୀ ସମୟରେ ରାସ୍ତାଘାଟରୁ ଅବରୋଧ ହଟେଇବାକୁ ସଂପୃକ୍ତ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବ୍ଲକ ପ୍ରଶାସନ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଗୃହ ସଙ୍ଗରୋଧ ଏବଂ କଚ୍ଚା ଘରେ ରହୁଥିବା କୋରୋନା ସଂକ୍ରମିତ ମାନଙ୍କୁ କୋଭିଡ ନିୟମ ପାଳନ ପୂର୍ବକ କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଜିଲ୍ଲାର ଜରୁରୀକାଳୀନ ବିଭାଗ, ସମସ୍ତ ପ୍ରଶାସନିକ ଅଧିକାରୀ, ବ୍ଲକ ଓ ତହସିଲ, କୃଷି ବିଭାଗ କ୍ଷେତ୍ର ଅଧିକାରୀ, ପୋଲିସ ପ୍ରଶାସନ, ଅଗ୍ନିଶମ, ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗକୁ ପରାମର୍ଶ ଦିଆଯିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଦ୍ବାରା ଜାରୀ ନିର୍ଦ୍ଦେଶାବଳୀ ଅନୁପାଳନ କରିବା ସହ ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଦାସବର୍ମା ଗୁରୁତ୍ବ ଦେଇଛନ୍ତି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ଜରୁୀକାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅନିଲ କୁମାର ଦାଶ, ଜିଲ୍ଲା ଯୋଗାଣ ଅଧିକାରୀ ଅମରେନ୍ଦ୍ର ମହାପାତ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ ହେମନ୍ତ ଦାଶ, ଜିଲ୍ଲା ସମବାୟ ନିବନ୍ଧକ ଶ୍ରୀ ଭୀମସେନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.