ETV Bharat / city

ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ : ପ୍ରତିବାଦରେ ବିଜେପିର ଧାରଣା

ସରପଞ୍ଚଙ୍କୁ ଆକ୍ରମଣ ପ୍ରତିବାଦରେ ସତ୍ୟବାଦୀ ଥାନା ସମ୍ମୁଖରେ ଧାରଣା ଦେଲେ ବିଜେପି କର୍ମୀ । ଏହି ଘଟଣାରେ ସ୍ଥାନୀୟ ବିଧାୟକ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଅଧିକ ଖବର ପଢନ୍ତୁ...

ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ବିଜେପିର ଧାରଣା

author img

By

Published : Oct 17, 2020, 9:29 AM IST

ପୁରୀ: ସରପଞ୍ଚଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବୀ କରି ସତ୍ୟବାଦୀ ଥାନା ସମ୍ମୁଖରେ ଧାରଣା ଦେଲେ ବିଜେପି କର୍ମୀ । ଗତକାଲି ରାତିରେ ସତ୍ୟବାଦୀ ବ୍ଲକ ଦାସ ବିଦ୍ୟାଧରପୁର ସରପଞ୍ଚ ହରିହର ନନ୍ଦଙ୍କୁ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିବା ବେଳେ ସେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ଅଛନ୍ତି ।

ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ବିଜେପିର ଧାରଣା

ସେପଟେ ଦୁର୍ବୁତ୍ତ ମାନଙ୍କ ପଛରେ ପ୍ରଭାବ ଶାଳୀ ରାଜନେତା ଥିବାର ଅଭିଯୋଗ କରି ଧାରଣା ଦେଇଛନ୍ତି ବିଜେପି କର୍ମୀ । ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ନେତୁତ୍ଵରେ ବିଜେପି କର୍ମୀ ଓ ସରପଞ୍ଚଙ୍କ ପତ୍ନୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଏହି ଘଟଣାରେ ସ୍ଥାନୀୟ ବିଧାୟକ ସଂପୃକ୍ତି ଥିବା ଅଭିଯୋଗ ହୋଇଛି।

ସୂଚନା ଥାଉକି, ଗତକାଲି ରାତିରେ ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ପଞ୍ଚାୟତ ସରପଞ୍ଚଙ୍କୁ ଦୁର୍ବୁତ୍ତ ମାନେ ଗୋଡାଇ ଗୋଡାଇ ଅକ୍ରମଣ କରିଥିଲେ। ସରପଞ୍ଚ ଏବେ ଚିକିତ୍ସାଧିନ ଅଛନ୍ତି । ସେପଟେ ଗତକାଲି ସରପଞ୍ଚଙ୍କ ଆକ୍ରମଣ ଘଟଣାରେ ସଂପୃକ୍ତି ଥିବା ନେଇ ପୋଲିସ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.