ETV Bharat / city

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ, କାର୍ତ୍ତିକ ମାସ ପୂର୍ବରୁ ନ ଖୋଲିବାକୁ ସେବାୟତଙ୍କ ମତ - covid19 virus latest news

କୋରୋନା କଟକଣା ମଧ୍ୟରେ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ସେବାୟତଙ୍କ ମତାମତ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଡିଓ କନୋଫରେନ୍ସ ଜରିଆରେ ବିଭିନ୍ନ ସେବାୟତ ନିଯୋଗଙ୍କ ସହିତ ଆଲୋଚନା କରିଛନ୍ତି। ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ଖୋଲିବା ନେଇ ଆରମ୍ଭ ହେଲା ସେବାୟତଙ୍କ ମତାମତ ସଂଗ୍ରହ ପ୍ରକ୍ରିୟା

author img

By

Published : Oct 9, 2020, 4:49 PM IST

ପୁରୀ : ଶ୍ରୀମନ୍ଦିର ଖୋଲିବା ନେଇ ସେବାୟତଙ୍କ ମତାମତ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ଦେବା ଦେବୀ ମନ୍ଦିର ଖୋଲିଵା ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଏହା ପରେ ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଡିଓ କନ୍ଫରେନ୍ସି ଜରିଆରେ ବିଭିନ୍ନ ସେବାୟତ ନିଯୋଗଙ୍କ ସହିତ ଆଲୋଚନା କରିଛନ୍ତି।

ଶ୍ରୀମନ୍ଦିର ଖୋଲିବା ନେଇ ଆରମ୍ଭ ହେଲା ସେବାୟତଙ୍କ ମତାମତ ସଂଗ୍ରହ ପ୍ରକ୍ରିୟା
ଶ୍ରୀମନ୍ଦିର ଖୋଲିବା ନେଇ ଆରମ୍ଭ ହେଲା ସେବାୟତଙ୍କ ମତାମତ ସଂଗ୍ରହ ପ୍ରକ୍ରିୟା

ପ୍ରଥମ ଦିବସରେ 4 ଟି ନିଯୋଗଙ୍କ ଠାରୁ ମତାମତ ସଂଗ୍ରହ ପରେ କାର୍ତିକ ମାସ ପରେ ଶ୍ରୀମନ୍ଦିର ଖୋଲିବା ନେଇ ସେବାୟତ ମାନେ ମତ ଦେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ସୁଆର ମହାସୁଆର ନିଯୋଗ , ପ୍ରତିହାରୀ ନିଯୋଗ , ପୂଜାପଣ୍ଡା ନିଯୋଗ ଓ ଖୁଣ୍ଟିଆ ନିଯୋଗ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଶ୍ରୀମନ୍ଦିର ଖୋଲିବା ନେଇ ମତାମତ ସଂଗ୍ରହ କରିଛନ୍ତି। ତେବେ ଏବେ ସୁଦ୍ଧା 5 ଶହରୁ ଅଧିକ ସେବାୟତଙ୍କ ସମେତ ଅନେକ ପୁରୀବାସୀ କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ଏଭଳି ସ୍ଥିତିରେ କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ନ ଖୋଲିବା ପାଇଁ ସେବାୟତ ମାନେ ନିଜ ନିଜ ମତ ଦେଇଛନ୍ତି।

ପୁରୀରେ କୋରୋନା ଭୟାଭୟାତକୁ ଦେଖିଲେ ଏଭଳି ପରିସ୍ଥିତିରେ ଯଦି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଏ ତେବେ ପରିସ୍ଥିତି ଭୟାବହ ହେବ ବୋଲି ଅଶଙ୍କା କରି ସେବାୟତ ମାନେ ଶ୍ରୀମନ୍ଦିର ନ ଖୋଲିବାକୁ ପ୍ରସ୍ତାବ ରଖିଛନ୍ତି। 16 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଭିଡିଓ କନ୍ଫରେନ୍ସି ବୈଠକରେ ମୁଖ୍ୟ ପ୍ରଶାସକ ପର୍ଯ୍ୟାୟକ୍ରମେ ଅନ୍ୟ ନିଯୋଗ ସହ ଆଲୋଚନା କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.