ETV Bharat / city

ବିଶ୍ବ ପର୍ଯ୍ୟଟନ ଦିବସ: କୋଭିଡ ନିୟମ ମାନି ଭ୍ରମଣ ପାଇଁ ବାଲୁକା କଳାରେ ସୁଦର୍ଶନଙ୍କ ବାର୍ତ୍ତା - world tourism day in sand art

ଆଜି ସାରା ବିଶ୍ବ ୱାର୍ଲ୍ଡ ଟୁରିଜିମ ଡେ ପାଳନ କରୁଛି । ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ପର୍ଯ୍ୟଟନ ଶିଳ୍ପକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନ ପାଳନ କରାଯାଉଛି । ଅଧିକ ପଢନ୍ତୁ...

କୋଭିଡ ନିୟମ ମାନି ଭ୍ରମଣ କରିବାକୁ ବାଲୁକା କଳାରେ ସୁଦର୍ଶନଙ୍କ ସୁନ୍ଦର ବାର୍ତ୍ତା

author img

By

Published : Sep 27, 2020, 9:32 AM IST

ପୁରୀ: ସେପ୍ଟେମ୍ବର 27 କୁ ସାରା ବିଶ୍ବ ୱାର୍ଲ୍ଡ ଟୁରିଜିମ ଡେ’ ଭାବେ ପାଳନ କରୁଛି । ୟୁନାଇଟେଡ ନେସନର ଟୁରଜିମ ଅର୍ଗାନାଇଜେନସ ପକ୍ଷରୁ ଏହି ଦିବସ ସାରା ବିଶ୍ବରେ ପାଳନ କରାଯାଉଛି । ପର୍ଯ୍ୟଟନସ୍ଥଳୀ ଓ ପର୍ଯ୍ୟଟନ ବ୍ୟବସାୟକୁ କିଭଳି ଆଗକୁ ନିଆଯାଇପାରିବ ଏହି ଦିବସର ମୂଳ ଲକ୍ଷ୍ୟ । ତେବେ ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀରେ ବାଲୁକାକଳା କରି ଏହି ଦିବସର ଶୁଭେଚ୍ଛା ଦେଇଛନ୍ତି।

ବାଲୁକାକଳାରେ ସେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଚିତ୍ରକୁ ସ୍ଥାନ ଦେଇଛନ୍ତି। କୋଭିଡ ଯୋଗୁଁ ଅନେକ ମାନିସକ ଅବସାଦରେ ରହୁଥିବାରୁ ଏଥିରୁ ମୁକୁଳିବାକୁ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିବାକୁ ଯାଉଛନ୍ତି । ଏହି ସମୟରେ ମଧ୍ୟ ମାସ୍କ ପିନ୍ଧିବା ସହ ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା କରି ଭ୍ରମଣର ମଜା ଉଠାଇବାକୁ ସୁଦର୍ଶନ ବାର୍ତ୍ତା ଦେଇଛନ୍ତି । ସମସ୍ତ ପର୍ଯ୍ୟଟକ ଭ୍ରମଣ ବେଳେ ଏହି ସାବଧାନତା ଅବଲମ୍ବନ କରି ବାକୁ ବାଲୁକାକଳାରେ ଆହ୍ବାନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.