ETV Bharat / city

ଭାଗ୍ୟପରୀକ୍ଷା ଦିନ ପ୍ରଦୀପଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ, ଭାବବିହ୍ବଳ ରୁଦ୍ର - rudra pratap

ପିପିଲି ଜିଲ୍ଲା BJD କାର୍ଯ୍ୟାଳୟ ସମ୍ମୁଖରେ ଉନ୍ମୋଚିତ ହେଲା ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପ୍ରତିମୂର୍ତ୍ତି। ଆଜି ପ୍ରଦୀପଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଅଧିକ ପଢନ୍ତୁ...

ପିପିଲି BJD କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦୀପ ମହାରଥୀଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ

author img

By

Published : Oct 3, 2021, 4:50 PM IST

Updated : Oct 3, 2021, 5:31 PM IST

ପୁରୀ: ପିପିଲି ଜିଲ୍ଲା BJD କାର୍ଯ୍ୟାଳୟ ସମ୍ମୁଖରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି । ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତଃ ମହାରଥୀଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ।

ଭାଗ୍ୟପରୀକ୍ଷା ବେଳେ ଭାବବିହ୍ବଳ ରୁଦ୍ର, ପ୍ରଦୀପଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ପ୍ରତିମୂର୍ତ୍ତି ଉନ୍ମୋଚିତ

ଆଜିର ଏହି କାର୍ଯ୍ୟକ୍ରମରେ, ଅନ୍ୟମାନଙ୍କ ମଧ୍ୟରେ ସ୍ବର୍ଗତଃ ମହାରଥୀଙ୍କର ଧର୍ମପତ୍ନୀ ପ୍ରତିଭା ମହାରଥୀ, ଝିଅ ପଲ୍ଲବୀ, ପୁଅ ରୁଦ୍ରଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ତେବେ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ପିତା ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାବେଳେ ପୁଅ ରୁଦ୍ର ପ୍ରତାପ ମହାରଥୀ ବେଶ ଭାବ ବିହ୍ଵଳିତ ହୋଇ ପଡ଼ିଥିବା ଦେଖା ଯାଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 3, 2021, 5:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.