ETV Bharat / city

ଶ୍ରୀମନ୍ଦିର ଆନନ୍ଦବଜାର ଫଟୋ ଭାଇରାଲ ଘଟଣା, ଥାନାରେ ଏତଲା - anada bazar photo viral in social media

ଶ୍ରୀମନ୍ଦିର ଆନନ୍ଦ ବଜାର ଫଟୋ ଭାଇରାଲ । ଫଟୋରେ ଓଲିଉଡ ଅଭିନେତ୍ରୀ ଦିବ୍ୟା ଓ ତାଙ୍କ ପରିବାର ଓ ବନ୍ଧୁ ରହିଛନ୍ତି । ସେମାନେ ଆନନ୍ଦବଜାରରେ ମହାପ୍ରସାଦ ସେବନ କରୁଥିବା ଫଟୋ ଭାଇରାଲ ହୋଇଛି । ଏହା ଜଣାପଡ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ବାର ଥାନାରେ ଏତଲା ଦେଇଛି ।

ଭାଇରାଲ ଫଟୋ
author img

By

Published : Oct 6, 2019, 8:40 AM IST

Updated : Oct 6, 2019, 9:02 PM IST

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ଫଟୋରେ ଓଲିଉଡ ଅଭିନେତ୍ରୀ ଦିବ୍ୟା ଓ ତାଙ୍କ ପରିବାର ତଥା ବନ୍ଧୁ ରହିଛନ୍ତି । ସେମାନେ ଆନନ୍ଦବଜାରରେ ମହାପ୍ରସାଦ ସେବନ କରୁଥିବା ଫଟୋରେ ଦେଖିବାକୁ ମିଳିଛି । ଫଟୋ ଭାଇରାଲ ହେବା ପରେ ତତ୍ପରତା ପ୍ରକାଶ କରିଛି ଶ୍ରୀମନ୍ଦିର ପ୍ରଶାସନ । ମନ୍ଦିର ପ୍ରଶାସନର ଲୋକସମ୍ପର୍କ ଅଧିକାରୀ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି । ଫଟୋ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏତଲାରେ ଉଲ୍ଲେଖ କରାଯାଇଛି ।

ତେବେ କିଏ ଏହି ଫଟୋ ଭାଇରାଲ କରିଛି ସେନେଇ କିଛି ସୁରାକ ମିଳିନି । ଶ୍ରୀମନ୍ଦିର ଭିତରକୁ ସୁରକ୍ଷା ଦୃଷ୍ଟି କୋଣରୁ ମୋବାଇଲ ନେବା ନିଷିଦ୍ଧ କରାଯାଇଛି । ହେଲେ ଏମାନେ କିପରି ମୋବାଇଲ ନେଲେ ଓ କିପରି ସେଠାରେ ଫଟୋ ଉତ୍ତୋଳନ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ସୁରକ୍ଷାକର୍ମୀ ଥିବାବେଳେ କିଭଳି ମୋବାଇଲ ଶ୍ରୀମନ୍ଦିର ଭିତରକୁ ଯାଉଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସେପଟେ ଫଟୋ ଭାଇରଲ ହେବା ପରେ ଶ୍ରୀମନ୍ଦିର କେତେ ସୁରକ୍ଷିତ ତାକୁ ନେଇ ଉଠିଛି ପ୍ରଶ୍ନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ଆନନ୍ଦ ବଜାର ଫୋଟୋ ଭାଇରଲ Body:ଶ୍ରୀମନ୍ଦିର ଆନନ୍ଦ ବଜାର ଫୋଟୋ ଭାଇରଲ ହୋଇଛି। ଓଲିଉଡ ଅଭିନେତ୍ରୀ ଦିବ୍ୟା ଙ୍କ ଫୋଟୋ ଏଥିରେ ରହିଛି। ସେ ତାଙ୍କ ପରିବାର ଓ କିଛି ବନ୍ଧୁ ଙ୍କ ସହ ମିଶି ଆନନ୍ଦ ବଜ଼ାର ରେ ମହାପ୍ରସାଦ ସେବନ କରୁଥିବା ସମୟ ର ଫୋଟୋ ଭାଇରଲ ହୋଇଛି। ତେବେ କିଏ ଏହି ଫୋଟୋ ଭାଇରଲ କରିଛି ସେ ନେଇ ଜଣା ପଡି ନାହିଁ। ଶ୍ରୀମନ୍ଦିର ଭିତରକୁ ସୁରକ୍ଷା ଦୃଷ୍ଟି କୋଣ ରୁ ମୋବାଇଲ ନେବା ନିଷିଦ୍ଧ କରାଯାଇଛି। ତେବେ ଏତେ ସୁରକ୍ଷା କର୍ମୀ ଥିବା ବେଳେ କୀଭଳି ମୋବାଇଲ ଶ୍ରୀମନ୍ଦିର ଭିତରକୁ ଯାଉଛି ତାକୁ ନେଇ ପ୍ରଶ୍ନ ଉଠିଚି। ପୋଲିସ କର୍ମଚାରୀ କେଵଳ ନାମକୁ ମାତ୍ର ଡ୍ୟୁଟି କରୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ସଂବେଦନଶୀଳ ନୁହଁନ୍ତି ବୋଲି ଅଭିଯୋଗ ହୋଇ ଆସୁଛି। ଫୋଟୋ ଭାଇରଲ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Oct 6, 2019, 9:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.