ETV Bharat / city

International Airport In Puri: ଆଉ ପାଦେ ଆଗେଇଲା ପ୍ରକ୍ରିୟା, ପୁଣି ସ୍ଥିତି ଅନୁଧ୍ୟାନ କଲା AAI ଟିମ - ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର

ପୁରୀରେ ଅନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ନେଇ ସ୍ଥିତି ଅନୁଧ୍ୟାନ କଲା ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ୭ ଜଣିଆ ଟିମ । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ନେଇ ଏକ ୭ ଜଣିଆ ଟିମ ପୁରୀ ଗସ୍ତରେ ଆସି ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ

ପୁଣି ସ୍ଥିତି ଅନୁଧ୍ୟାନ କଲା AAI  ଟିମ
ପୁଣି ସ୍ଥିତି ଅନୁଧ୍ୟାନ କଲା AAI ଟିମ
author img

By

Published : Mar 8, 2022, 10:27 PM IST

ପୁରୀ: ପୁରୀରେ ଅନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ନେଇ ସ୍ଥିତି ଅନୁଧ୍ୟାନ କଲା ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ୭ ଜଣିଆ ଟିମ । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ନେଇ ଏକ ୭ ଜଣିଆ ଟିମ ପୁରୀ ଗସ୍ତରେ ଆସି ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରିଛନ୍ତି ।

ପୁଣି ସ୍ଥିତି ଅନୁଧ୍ୟାନ କଲା AAI ଟିମ

ଏହାସହ ଉକ୍ତ ପ୍ରକଳ୍ପର ଆର୍ଥିକ- ବୈଷୟିକ ପ୍ରଭାବ ସଂକ୍ରାନ୍ତ ଉପରେ ଏହି ଟିମ ଆକଳନ କରିଛନ୍ତି । ଉପ ଜିଲ୍ଲାପାଳ ଭବତାରଣ ସାହୁ ଉକ୍ତ ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ପରେ ଏହି ଦଳ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ପ୍ରକଳ୍ପର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପୁରୀରେ ବିମାନବନ୍ଦର ନେଇ ଆଜି ପୁନର୍ବାର ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ ପକ୍ଷରୁ କରାଯାଇଛି ସର୍ଭେ। ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର ୩ ଜଣ ବିମାନବନ୍ଦର ବିଶେଷଜ୍ଞ କରିଛନ୍ତି ସର୍ଭେ। ପୁରୀ ସଦର ସିପସରୁବାଲି ଅଞ୍ଚଳ ଜାଗାରେ ପହଞ୍ଚି ଏହି ଟିମ କରିଛନ୍ତି ସର୍ଭେ। ଏହି ବୈଷୟିକ ଟିମ ସହ ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ।

ପୂର୍ବରୁ ମଧ୍ୟ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ଟିମ ପୁରୀ ଗସ୍ତରେ ଆସି ସିପସରୁବାଲି ଅଞ୍ଚଳ ଅନୁଧ୍ୟାନ କରି ଜମିର ମ୍ୟାପ ଓ କାଗଜପତ୍ରର ଅନୁଧ୍ୟାନ କରିଥିଲେ। ପୁରୀରେ ବିମାନବନ୍ଦର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହି ବିମାନବନ୍ଦର ନାମ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ରଖିବା ପାଇଁ ଚିଠିରେ ପ୍ରସ୍ତାବ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.