ETV Bharat / city

ଆଜି ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ୱାସୁର ବଧ ବେଶ - ଶ୍ରୀନ୍ଦିର ନୀତିକାନ୍ତି

ଆଜି (ବୁଧବାର) ଶ୍ରୀମନ୍ଦିରରେ ବଡ ଠାକୁର ଶ୍ରୀବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଦ୍ବାଦଶୀ ତିଥିରେ ମହାପ୍ରଭୁ ସ୍ବତନ୍ତ୍ର ଭାବରେ ପ୍ରଳମ୍ବାସୁର ବଧ ବେଶରେ ଭୂଷିତ ହେବେ । ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଅଧିକ ପଢନ୍ତୁ

ଆଜ ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ୱାସୁର ବଧ ବେଶ

author img

By

Published : Aug 24, 2022, 12:44 PM IST

ପୁରୀ: ମହାପ୍ରଭୁଙ୍କ ଲୀଳା ଅପାର । କୃଷ୍ଣ ଜନ୍ମାଷ୍ଟମୀ ଦିନଠୁ ଶ୍ରୀନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଛି । ଗତକାଲି (ମଙ୍ଗଳବାର) ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଥିବାବେଳେ ଆଜି (ବୁଧବାର) ଶ୍ରୀମନ୍ଦିରରେ ବଡ ଠାକୁର ଶ୍ରୀବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଦ୍ବାଦଶୀ ତିଥିରେ ମହାପ୍ରଭୁ ସ୍ବତନ୍ତ୍ର ଭାବରେ ପ୍ରଳମ୍ବାସୁର ବଧ ବେଶରେ ଭୂଷିତ ହେବେ । ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ମଧ୍ୟାହ୍ନ ଧୂପ ପରେ ବଡ଼ଠାକୁର ବଳଭଦ୍ରଙ୍କ ଦ୍ବାରା ପ୍ରଳମ୍ବାସୁର ବଧ ନୀତି ହେବ ।

ଆଜ ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ୱାସୁର ବଧ ବେଶ

ଆଜି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ୱାସୁର ବଧ ବେଶ ଅନୁଷ୍ଠିତ ହେବ । ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳବାଳକ ମାନଙ୍କ ସହିତ ଖେଳୁଥିଲେ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପ୍ରଳମ୍ୱାସୁର ନାମକ ଜଣେ ମହାବଳଶାଳୀ ଦୈତ୍ୟକୁ କଂସ ପଠାଇଥିଲା । ମହାବଳଶାଳୀ ପ୍ରଳମ୍ୱାସୁର ପ୍ରଭୁ ବଳଭଦ୍ରଙ୍କୁ ଆକ୍ରମଣ କରି ଉପରକୁ ଟେକି ନେଇଯିବା ସମୟରେ ସ୍ୱୟଂ ବଳଭଦ୍ର ମହାପ୍ରଭୁ ମୁଷ୍ଟିକା ଘାତ କରି ପ୍ରଳମ୍ୱାସୁରକୁ ବିନାଶ କରିଥିଲେ ।

ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଏହି ବେଶ ଶ୍ରୀମନ୍ଦିରରେ ଏହି ବଳଭ୍ରଦଙ୍କ ଏହି ଅନୁଷ୍ଠିତ ହେବ । କାଷ୍ଠ, ବେତ, କଳାକନା, ଧଳାକନା ଓ ନୀଳକନାରେ ୪ଫୁଟର ଏକ ବିରାଟକାୟ କାଷ୍ଠ ନିର୍ମିତ ଏହି ପ୍ରଳମ୍ୱାସୁର ମୂର୍ତ୍ତିକୁ ରତ୍ନସିଂହାସନର ବଳଭଦ୍ରଙ୍କ ନିମ୍ନ ଭାଗରେ ସଜାଯାଏ । ପ୍ରଳମ୍ୱାସୁର ବଧ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥିବାବେଳେ ଅସୁର ସ୍କନ୍ଧ ଏବଂ ଦୁଇ ଭୂଜରେ ପ୍ରଭୁ ଶ୍ରୀ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ହୁଏ । ଏହି ବେଶ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ୱାସ ରହିଛି । ପାପକ୍ଷୟ ହୋଇଥାଏ ।

ଏହା ବି ପଢନ୍ତୁ...ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର, SCB ସ୍ଥାନାନ୍ତର

ଜନ୍ମାଷ୍ଟମୀ ଦିନଠୁ ଶ୍ରୀନ୍ଦିରରେ ଶ୍ରୀଜିଉଙ୍କ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇ ଆସୁଛି । ଗତକାଲି ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କାଳୀୟ ଦଳନ ବେଶ ଓ ଧେନୁକାସୁର ବଧ ନୀତି ଅନୁଷ୍ଠିତ ହୋଇଥିଲା । ବଡ ଠାକୁରଙ୍କ ବନଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘ୍ୟାସୁର ବଧ ନୀତି ମଧ୍ୟ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ବାଳଗୋପାଳ ଓ ବଡ଼ଠାକୁର ବଳରାମ ବେଶ ହୋଇଥିଲା ।

ଇଟିିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.