ETV Bharat / city

ଚନ୍ଦନ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ - chandan jatra

ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟାକୁ ନେଇ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ଓ ଉପମୁଖ୍ୟ ପ୍ରଶାସକଙ୍କୁ ନେଇ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Apr 26, 2019, 3:15 PM IST

ପୁରୀ: ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟାକୁ ନେଇ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ଓ ଉପମୁଖ୍ୟ ପ୍ରଶାସକଙ୍କୁ ନେଇ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହା ସହ ଚନ୍ଦନ ଯାତ୍ରା ପାଇଁ ପଞ୍ଚ ମହାଦେବ ମନ୍ଦିରର ସେବାୟତଙ୍କୁ ନେଇ ମଧ୍ୟ ବୈଠକ ହୋଇଛି ।

ଆସନ୍ତା ମେ 8ତାରିଖ ଅକ୍ଷୟ ତୃତୀୟା ଦିନରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଚନ୍ଦନ ଯାତ୍ରା । 21ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ନୂତନ ଚାପ ବା ଡଙ୍ଗାରେ ଠାକୁର ଜଳକ୍ରୀଡା କରିବେ । ଆଉ ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀରେ ରଖାଯାଇଥିବା ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଚାପକୁ ପାଣିରୁ ଉପରକୁ କଢାଯାଇଛି। ପରମ୍ପରା ଅନୁଯାୟୀ ଚୈତ୍ର ପୁର୍ଣ୍ଣିମା ଅବସରରେ ଏହି ଚାପ ବା ଡଙ୍ଗାକୁ ଜଳରୁ ବାହାରକୁ ଅଣାଯାଇଛି । ଭୋଇ ସେବକଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦିତ ହୋଇଥିବାବେଳେ ଶୁକ୍ରବାର 5ଟି ଯାକ ଚାପକୁ ସଫା କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପଞ୍ଚ ମହାଦେବ ବିମାନରେ ଆସିବା ବେଳେ ରାସ୍ତାରେ ଅନେକ ସମସ୍ୟା ଦେଖାଦେଇଥାଏ । ଯାହାକୁ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟପଟେ ରାସ୍ତାରେ ବିଦ୍ୟୁତ ତାରକୁ ଉପରକୁ ଉଠେଇବା, ରାସ୍ତାଘାଟକୁ ପରିଷ୍କାର କରିବା, ଖରାକୁ ନେଇ ବିମାନ ଆଗରେ ପାଣି ପକାଇବାର ବ୍ୟବସ୍ଥା କରିବା ପାଇଁ ସେବାୟତ ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହା କୁ ନେଇ  ଢେଙ୍କାନାଳ ଜିଲ୍ଲା ରେ ଲାଗି ରହିଛି ଉତ୍ସାହ। କେତେକ ସ୍ଥାନରେ  ଇଭିଏମ୍‌ ଏବଂ ଭିଭିପିଏଟି ମେଶିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତ୍ତ ଦାନରେ ବାଧା ଉପୁଜିଛି।ମତଦାନ ପ୍ରକ୍ରିୟାରେ ଜିଲାର ସାମିଲ ହୋଇଛନ୍ତି ହେଭିଓ୍ବେଟ ନେତା ସହର ର କୁଞ୍ଜକାନ୍ତସ୍ଥିତ ୧୭୧ନଂ. ବୁଥ୍‌ରେ ଭୋଟ ଦେଇଛନ୍ତି ନିକଟ ରେ ରାଜନୀତିରୁ ନିଜକୁ ଦୂରେଇ ରଖିଥିବା ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ। ସେ ତାଙ୍କ ପରିବାର ସହ ଆସି ନିଜର ର ମତାଧିକାର ସାବ୍ୟସ୍ତ କରିଛନ୍ତି ।  ସେହିପରି ଲୋକ ସଭା ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା  ପୂର୍ବତନ ମନ୍ତ୍ରୀ  କାମାକ୍ଷାପ୍ରସାଦ ସିଂଦେଓ ସପରିବାର ସହ ଜୁବିଲି ଟାଉନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୭୭ନଂ. ବୁଥ୍‌ରେ ମତଦାନ କରିଛନ୍ତି। ଅନ୍ୟ ପକ୍ଷରେ ତାଙ୍କ ସହ ଏଥର ନିର୍ବଚନା ଲଢ଼ୁଥିବା ବଜେପି  ଲୋକ ସଭା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ୧୮୦ନଂ. ବୁଥ୍‌ରେ ନିଜର ମତ ଦେଇଛନ୍ତି ।
Visual on FTP 

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.