ETV Bharat / city

ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ: ASI ସହ ହେବ ୫ ବର୍ଷିଆ MoU

author img

By

Published : Aug 26, 2021, 6:54 PM IST

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ । ଏନେଇ ASI ସହିତ ଏକ ୫ ବର୍ଷିଆ MoU ହେବ । କମିଟି ASI କାର୍ଯ୍ୟ ଉପରେ ନଜର ରଖିବ କହିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି । ଅଧିକ ପଢନ୍ତୁ...

ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ: ASI ସହ ୫ ବର୍ଷିଆ MoU ହେବ କହିଲେ ଅନନ୍ତ

ପୁରୀ: ଶ୍ରୀମନ୍ଦିରର ଭିତର ଓ ବାହାର ପାର୍ଶ୍ବର ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି । ଭଣ୍ଡାରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ଭିତର ସିଲିଂ ମଧ୍ୟ ଦେଖାଯାଉଛି । ତେବେ ଏହାର ମରାମତି ପାଇଁ ASI(Archaeological Survey of India) ସହିତ ଏକ ୫ ବର୍ଷିଆ MoU (Memorandum of understanding) ହେବ । ASIର କାର୍ଯ୍ୟ ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତ୍ୟକ୍ଷ ଭାବେ ନଜର ରଖିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଅନନ୍ତ ତିଆଡ଼ି । ଆଜି(ଗୁରୁବାର) ଶ୍ରୀମନ୍ଦିରର ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ ବସିଥିବା ବଳେ ଏ ସମ୍ପର୍କରେ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି ।

ASI ଶ୍ରୀମନ୍ଦିରର ରକ୍ଷାଣବେକ୍ଷଣ ଦାୟିତ୍ବରେ ରହିଛି । ଏଣୁ ASI ସହିତ ଏକ ୫ ବର୍ଷିଆ MoU ହେବ । ପରିଚାଳନା କମିଟି ASIର ସମସ୍ତ କାର୍ଯ୍ୟ ଉପରେ ନଜର ରଖିବ । ତେବେ ପରିଚାଳନାର କମିଟିର ଆସନ୍ତା ବୈଠକ ପରେ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ସମସ୍ତ ତଥ୍ୟ ଦିଆଯିବ ବୋଲି ସେ କହିଛନ୍ତି । ତେବେ ସୂଚନା ଥାଉ କି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାହାର ଓ ଭିତରପାର୍ଶ୍ବ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି କାନ୍ଥର ସିମେଣ୍ଟ ଖସିପଡିଥିବାବେଳେ ରଡ ମଧ୍ୟ ଦେଖାଯାଉଛି ।

ଏ ସମ୍ପର୍କରେ ଗତ ୩ ବର୍ଷ ତଳେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଇଥିବା ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ପ୍ରଶାସନିକ ଅଧିକାରୀ କହିଥିଲେ । ଏହାର ତୁରନ୍ତ ମରାମତି ଆବଶ୍ୟକ ବୋଲି ମଧ୍ୟ କହିଥିଲେ । ମାତ୍ର ଏହାକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ମରାମତି ନାଁରେ ପ୍ରତ୍ନତତ୍ତ୍ବ ବିଭାଗ ଭଣ୍ଡାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.