ପୁରୀ: ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନ୍ରେ ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ କ୍ଷତିପୂରଣ ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ । ପ୍ରଥମ ପର୍ଯ୍ୟାୟରେ ଲଙ୍ଗୁଳି ମଠ ଓ ବଡ଼ ଆଖଡା ମଠରେ ଥିବା ଦୋକାନୀଙ୍କୁ କ୍ଷତିପୂରଣ ଦିଆଯାଇଛି ।
ସୂଚନାନୁଯାୟୀ, ମୋଟ 47 ଲକ୍ଷ 90 ହଜାର ଟଙ୍କା କ୍ଷତିପୂରଣ ରାଶି ଦୋକାନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦିଆଯାଇଛି । ଆଗାମୀ ଦିନରେ ଉଚ୍ଛେଦ ହେବାକୁ ଥିବା ଅନ୍ୟ ଦୋକାନୀମାନଙ୍କୁ ମଧ୍ୟ ଉଚିତ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲାପ୍ରଶାସନ ସୂଚନା ଦେଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ