ପୁରୀ: ଆସନ୍ତା 15 ତାରିଖରେ ଚନ୍ଦନ ଯାତ୍ର ଅନୁଷ୍ଠିତ ଦେବ । ଏନେଇ ପୁରୀ ପୋଲିସ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ ହୋଇଛି । ନରେନ୍ଦ୍ର ପୁଷ୍କରିଣୀ ଚତୁପାର୍ଶ୍ବ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ 144ଧାରା ଜାରି ରହିବ ।
କୌଣସି ପରିସ୍ଥିତିରେ ବି କୋରୋନାକୁ ନେଇ ଜାରି ହୋଇଥିବା ଏସଓପିକୁ ଉଲ୍ଲଂଘନ କରିବାକୁ ଦିଆଯିବ ନାହିଁ । ସୁରକ୍ଷା ବ୍ୟବସ୍ଥାକୁ ସମୂର୍ଣ୍ଣ କଡାକଡି କରଯାଇଛି । 5 ଭାଗରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋଭିଡ କଟକଣା ପାଇଁ 6ଟି ଏନଫୋର୍ସମେଣ୍ଟ ଟିମ କାର୍ଯ୍ୟ କରିବେ । ଯାତ୍ରା ସହିତ ଡଜିତ ସେବାୟତ ଓ କର୍ମଚାରୀ ହିଁ ସାମିଲ ହେବେ । ସମସ୍ତ କାର୍ଯ୍ୟରେ ପୁରୀର ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି ପୁରୀ ଏସପି । ଲୋକଙ୍କ ସମର୍ଥନରେ ହିଁ ଏହା ସମ୍ଭବ ହେବ ବୋଲି କହିଛନ୍ତି ଏସପି କନୱର ବିଶାଳ ସିଂ ।
ଏସଓପି ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜଣେ ଅତିରିକ୍ତ ଏସପିଙ୍କ ସହ ୬ ଡିଏସପି, ୮ଜଣ ଇନସପେକ୍ଟର, ୫୦ଜଣ କନଷ୍ଟେବଳ, ୮ ପ୍ଲାଟୁନ ପୋଲିସ ଫୋର୍ସ, ୮୦ ହୋମଗାର୍ଡ, ୨୮ ଏଏସଆଇ ଓ ଏସଆଇ ସୁରକ୍ଷା ଦାୟିତ୍ବରେ ମୁତୟନ ହେଵା ନେଇ ପୁରୀ ଏସପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ