ETV Bharat / city

ସେବାୟତଙ୍କ ମଧ୍ୟରେ ବଚସା, ମହାପ୍ରଭୁଙ୍କୁ ପୋଡପିଠା ଭୋଗ ସମର୍ପଣ ନେଇ ବିବାଦ ଓ ହାତାହାତି

ମାଉସୀ ମା' ମନ୍ଦିର ଆଗରେ ଅଭାବନୀୟ ଘଟଣା । ମହାପ୍ରଭୁଙ୍କୁ ପୋଡ ପିଠା ଲାଗି କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ବଚସା । ଅଧିକ ପଢନ୍ତୁ

author img

By

Published : Jul 9, 2022, 7:18 PM IST

Updated : Jul 9, 2022, 10:20 PM IST

ସେବାୟତଙ୍କ ମଧ୍ୟରେ ବଚସା, ପୋଡ ପିଠା ସେବନ ନକରି ଫେରିଗଲେ ମହାପ୍ରଭୁ

ପୁରୀ: ମାଉସୀ ମା' ମନ୍ଦିର ଆଗରେ ଅଭାବନୀୟ ଘଟଣା । ମହାପ୍ରଭୁଙ୍କୁ ପୋଡ ପିଠା ଭୋଗ ସମର୍ପଣକୁ ନେଇ ବିବାଦ କାରଣରୁ ଲାଗି ହୋଇ ପାରିଲାନି ପୋଡପିଠା । ମାଉସୀ ମା' ମନ୍ଦିର ପୂଜକ ବିଶ୍ଵନାଥ ମିଶ୍ର ଓ ପୂର୍ବରୁ ସେବକ ଥିବା ଲୋକନାଥ ଦାଶଙ୍କ ନାତି ମନୋରଞ୍ଜନ ମିଶ୍ରଙ୍କ ମଧ୍ୟରେ ପୋଡ ପିଠା ସେବାକୁ ନେଇ ଅନେକ ଦିନ ଲାଗି ରହିଥିବା ବିବାଦ କାରଣରୁ ଏପରି ଏକ ଘଟଣା ଘଚିଛି ।

ସେବାୟତଙ୍କ ମଧ୍ୟରେ ବଚସା, ମହାପ୍ରଭୁଙ୍କୁ ପୋଡପିଠା ଭୋଗ ସମର୍ପଣ ନେଇ ବିବାଦ ଓ ହାତାହାତି

ସୂଚନା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଥିବା ବିବାଦ କୋର୍ଟ କଚେରୀରେ ପହଞ୍ଚିଛି । ମାମଲା ସମାଧାନ ହୋଇ ନ ଥିବାବେଳେ ଆଜି ଉଭୟ ମହାପ୍ରଭୁଙ୍କୁ ପୋଡ ପିଠା ସମର୍ପଣ କରୁଥିଲେ । ମନୋରଞ୍ଜନ ମିଶ୍ର ପୋଡ ପୀଠା ଧରି ମାଉସୀ ମା' ମନ୍ଦିର ଆଗରେ ଠିଆ ହେବାକୁ ନେଇ ବିବାଦ ଓ ବଚସା ହୋଇଥିଲା । ପରେ ମାଡପିଟ ପର୍ଯ୍ୟନ୍ତ କଥା ଯାଇଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଛି । ତେବେ ଏହି ଗଣ୍ଡଗୋଳରେ ମହାପ୍ରଭୁଙ୍କ ପାଇଁ ମନୋରଞ୍ଜନ ମିଶ୍ର ପ୍ରସ୍ତୁତ କରିଥିବା ପୋଡୋ କୁଡ଼ୁଆ ତଳେ ପଡି ଭାଙ୍ଗି ଯିବାରୁ ଭୋଗ ତଳେ ପଡ଼ି ନଷ୍ଟ ହୋଇ ଯାଇଛି ।

ସେପଟେ ଦୁଇ ଜଣଙ୍କ ବିବାଦ ପାଇଁ ଆଜି ବଡ ଦାଣ୍ଡରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ମହାପ୍ରଭୁଙ୍କ କାର୍ଯ୍ୟରେ ଏଭଳି ବିଶୃଙ୍ଖଳାକୁ ଭକ୍ତଙ୍କ ମହଲରେ କଡା ନିନ୍ଦା କରାଯାଉଛି । ତୁରନ୍ତ ପ୍ରଶାସନ ବିବାଦକୁ ସମାଧାନ କରୁ ବୋଲି ସାଧାରଣରେ ଦାବି ହୋଇଛି । ସ୍ୱର୍ଗତ ଲୋକନାଥ ଦାସଙ୍କ ଝିଅଙ୍କ ପୁଅ ମନୋରଞ୍ଜନ ମିଶ୍ର ହୋଇଥିବାରୁ ସେ ସେବା ପାଇଁ ହକଦାର ବୋଲି ଦାବି କରୁଛନ୍ତି । ମାଉସୀ ମା' ମନ୍ଦିର ପୂଜକ ବିଶ୍ଵନାଥ ମିଶ୍ର କହିଛନ୍ତି, ସେ ଏହି ସେବା ତାଙ୍କ ବଂଶାନୁକ୍ରମିକ ଭାବେ ପାଇଛନ୍ତି । ଏ ସେବା ପାଇଁ ସେ ହକଦାର ବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jul 9, 2022, 10:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.