ETV Bharat / city

ମହାପ୍ରଭୁଙ୍କ ଅଙ୍ଗରକ୍ଷୀ: ବଦଳିଛି ମାଧ୍ୟମ, ବଦଳିନି ପରମ୍ପରା - gym

ସମୟ ବଦଳିଛି । ମାତ୍ର ନିଜ ପରମ୍ପରାକୁ ଭୁଲି ନାହାନ୍ତି ସେବାୟତ ପରିବାର । ଆଜି ମଧ୍ୟ ସେମାନେ ଏହାକୁ ବଞ୍ଚେଇ ରଖିଛନ୍ତି। ତେଣୁ ପ୍ରତିଦିନ ମହାପ୍ରଭୁଙ୍କ ସେବା ପରେ ଦିନକୁ 4 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ନେଇ ଜିମ୍‌ରେ କରୁଛନ୍ତି  କସରତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 8, 2019, 11:05 PM IST

ପୁରୀ: ବଳିଷ୍ଠ ଚେହେରା । 6 ଫୁଟର ଉଚ୍ଚତା । ଜିମ୍‌ରେ ଚାଲିଛି କସରତ । ଆପଣ ଦେଖିଥିବା ଏହି ଦୃଶ୍ୟ ଅନ୍ୟ କାହାର ନୁହେଁ ବଂର ଜଗତର ନାଥ ଜଗନ୍ନାଥଙ୍କ ଅଙ୍ଗରଖିଙ୍କର । ନିଜକୁ ଏପରି ସ୍ବାସ୍ଥ୍ୟବାନ ରଖିବା କେବଳ ସଉକ ନହେଁ । ଶ୍ରୀମନ୍ଦିର ସୁରକ୍ଷା ସମେତ ସେବା ପୂଜା ନେଇ ବଳିଷ୍ଠ ସ୍ବାସ୍ଥ୍ୟ ରଖିବାର ଏକ ପରମ୍ପରା ରହିଛି ସେବାୟତ ପରିବାରରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏବେ ସମୟ ବଦଳିଛି । ମାତ୍ର ନିଜ ପରମ୍ପରାକୁ ଭୁଲି ନାହାନ୍ତି ସେବାୟତ ପରିବାର । ଆଜି ମଧ୍ୟ ସେମାନେ ଏହାକୁ ବଞ୍ଚେଇ ରଖିଛନ୍ତି। ତେଣୁ ପ୍ରତିଦିନ ମହାପ୍ରଭୁଙ୍କ ସେବା ପରେ ଦିନକୁ 4 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ନେଇ ଜିମ୍‌ରେ କରୁଛନ୍ତି କସରତ। ବିଶେଷ କରି ମହାପ୍ରଭୁଙ୍କ ଦଇତାପତି ସେବକ, ଖୁଣ୍ଟିଆ, ସିଂହରି , ପ୍ରତିହାରୀ, ଗୋଛିକାର ସେବକ ପରିବାରର ଯୁବକ ମାନେ ଏପରି ବଳିଷ୍ଠ ଶରୀର ରଖିଥାନ୍ତି।

ପୂର୍ବରୁ ବିଭିନ୍ନ ସାହିରେ ଜାଗା ଆଖଡା ଘର କରାଯାଇ ସେବାୟତ୍ତ ପରିବାର ଯୁବକ ବିଭିନ୍ନ ବ୍ୟାୟାମ କସରତ କରି ବଳିଷ୍ଠ ଶରିର ରଖୁଥିଲେ। ଆଉ ଏବେ ଏହାକୁ ବଞ୍ଚାଇ ରଖିବା ପାଇଁ ମାଧ୍ୟମ ପାଲଟିଛି ଜିମ୍ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ପୂଜା ନେଇ ରହିଛନ୍ତି ଶତାଧିକ ସେବୟତ ଗୋଷ୍ଠୀ। ତେବେ ଶ୍ରୀମନ୍ଦିର ସୁରକ୍ଷା ସମେତ ସେବା ପୂଜା ନେଇ ବଳିଷ୍ଠ ସ୍ୱାସ୍ତ୍ୟ ରଖିବାର ପରମ୍ପରା ରହିଛି ଏହି ସେବାୟତ୍ତ ପରିବାର ର ଯୁବକଙ୍କ ମଧ୍ୟରେ। ସମୟ ବଦଳିଛି। ଆଧୁନିକ ଯୁଗରେ ବି ଏହି ପୂର୍ଵ ପୁରୁଷ ପରମ୍ପରା ଏବେ ବଂଚି ରହିଛି।

Body:vo1,, ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ରହିଛନ୍ତି ଏକାଧିକ ସେବାୟତ। ରାଜା ମହାରାଜା ଙ୍କ ସମୟ ରେ ଏହି ସେବାୟତ୍ତ ମାନେ ଶ୍ରୀମନ୍ଦିର ସମେତ ମହାପ୍ରଭୁ ଙ୍କ ସୁରକ୍ଷା ରେ ରହୁଥିଲେ। ଏଥିପାଇଁ ସୁନ୍ଦର ବଳିଷ୍ଠ ଶରୀର ରଖୁଥିଲେ ସେବୟତ ପରିବାର ର ଯୁବକ ମାନେ। ବର୍ଷ ବର୍ଷ ହେବ ଏହି ପରମ୍ପରା ରହି ଆସିଛି। ଆଉ ଅଧୁନିକ ଯୁଗରେ ମଧ୍ୟ ଆଜି ଯାଏ ମଧ୍ୟ ସେବୟତ ପରିବାର ର ଯୁବକ ମାନେ ଏହାକୁ ବଞ୍ଚେଇ ରଖିଛନ୍ତି। ଏବେ ଆଧୁନିକ ଯୁଗରେ ସେବୟତ ଯୁବକ ମାନେ ଜିମ ଯାଇ ବଲିଷ୍ଠ ଶରୀର ତିଆରି କରୁଛନ୍ତି। ଏଥିପାଇଁ ସେମାନେ ମହାପ୍ରଭୁଙ୍କ ସେବା ପରେ ଦିନକୁ 4 ଘଣ୍ଟା ଉର୍ଦ୍ଧ୍ବ ସମୟ ଯାଇ ଜିମ ରେ କସରତ କରୁଛନ୍ତି। ମହାପ୍ରଭୁଙ୍କ ଅଂଗ ରଖି ଭାବେ ସେମାନେ ଗର୍ବ ଏବଂ ଭାଗ୍ୟବାନ ମନେ କରନ୍ତି। ପୂର୍ବ ପୁରୁଷ ର ପରମ୍ପରା ଅଗାମୀ ଦିନରେ ମଧ୍ୟ ସେମାନେ ଜାରି ରଖିବେ ବୋଲୀ କୁହନ୍ତି।

ବାଇଟ1,, ସୁପ୍ରୀତ , ଖୁଣ୍ଟିଆ , ସେବୟତ
ବାଇଟ2,, ଲୋକନାଥ ମୁଦିରସ୍ତ, ସେବୟତ

vo2,, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଙ୍କ ମତରେ ପୂର୍ବରୁ ଗଙ୍ଗ ବଂଶୀ ରାଜା ମାନେ ଏହି ପରମ୍ପରା ଆରମ୍ଭ କରିଥିଲେ। ଶ୍ରୀମନ୍ଦିର ପ୍ରତିଷ୍ଠା ପରେ ଏକାଧିକ ସେବୟତ ଙ୍କୁ ରଖିଥିଲେ ମହାପ୍ରଭୁଙ୍କ ସେବା ପୂଜା ପାଇଁ। ବିଶେଷ କରି ଯାତ୍ରୀ ପରିଚର୍ଯ୍ୟା, ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା , ରଥଯାତ୍ରା , ଶ୍ରୀମନ୍ଦିର ର ସୁରକ୍ଷା ପାଇଁ ବଲିଷ୍ଠ ସ୍ୱାସ୍ଥ୍ୟ ର ଆବଶ୍ୟକତା ରହିଥାଏ। ଏହି ଦୃଷ୍ଟିରୁ ବିଭିନ୍ନ ସାହିରେ ଜାଗା ଅଖଡା ଘର କରାଯାଇ ସେବାୟତ୍ତ ପରିବାର ଯୁବକ ବିଭିନ୍ନ ବ୍ୟାୟାମ କସରତ କରି ବଲିଷ୍ଠ ଶରିର ରଖୁଥିଲେ। ତେବେ ଆଧୁନିକ ଯୁଗରେ ମଧ୍ୟ ଏହି ପରମ୍ପରା ବଂଚି ରହିଛି। ବିଶେଷ କରି ମହାପ୍ରଭୁଙ୍କ ଦଇତାପତି ସେବକ, ଖୁଣ୍ଟିଆ, ସିଂହରି , ପ୍ରତିହାରୀ, ଗୋଛିକାର ସେବକ ପରିବାର ଯୁବକ ମାନେ ବଲିଷ୍ଠ ଶରୀର ରଖିଥାନ୍ତି।

ବାଇଟ3,, ଅନୀଲ ଗୋଛିକାର ,, ସେବକ
ବାଇଟ4,, ନରେଶ ଚନ୍ଦ୍ର ଦାଶ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ

fvo,, ଦେଶ ସ୍ଵାଧୀନ ପରେ ସରକାର ଶ୍ରୀମନ୍ଦିର ର ସୁରକ୍ଷା ଦ୍ୱାୟିତ୍ୱ ପୋଲିସ ବାହିନୀ ଉପରେ ନ୍ୟସ୍ତ କରିଛନ୍ତି। ତେବେ ଏବେ ବି ମହାପ୍ରଭୁ ବିଭିନ୍ନ ସେବା ପୂଜା ନେଇ ସେବୟତ ପରିବାର ର ଯୁବକ ମାନେ ନିଜ ପୂର୍ଵ ପୁରୁଷ ପରମ୍ପରା ବଜାୟ ରଖି ନିଜର ଶରୀର କୁ ବଲିଷ୍ଠ କରି ରଖିବାକୁ ଅଭ୍ୟାସ ଜାରି ରଖିଛନ୍ତି।

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.