ETV Bharat / city

Sanjaya Das Burma PA death Case: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର

author img

By

Published : Dec 14, 2021, 4:41 PM IST

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କ ଵ୍ୟକ୍ତି ଗତ ସହାୟକ ମୃତ୍ୟୁ ଘଟଣା (Sanjaya Das Burma PA death Case) । ପୁରୀ ଏସପିଙ୍କୁ ଭେଟି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ମୃତକଙ୍କ ପରିବାର ।

Sanjaya Das Burma PA death Case: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର
Sanjaya Das Burma PA death Case: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର

ପୁରୀ: ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କ ଵ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣା (Sanjaya Das Burma PA death Case) । ପୁରୀ ଏସପିଙ୍କୁ ଭେଟି କ୍ରାଇମବ୍ରାଞ୍ଚ ତଦନ୍ତ (Crime Branch Investigation) ଦାବି କରିଛନ୍ତି ମୃତକଙ୍କ ପରିବାର (Deceased Chita Ranjan Family) । ସଂଜୟ ଦାସ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁରୀ ପୋଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ତୁଷ୍ଟ ନାହାନ୍ତି ମୃତକଙ୍କ ପରିବାର (Chittaranjan Palais death case Family seeks Crime Branch probe) ।

ସଂଜୟ ଦାସ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର 3 ଦିନ ବିତି ଯାଇଥିଲେ ମଧ୍ୟ ମୁଖ୍ୟ ଆସାମୀକୁ ପୋଲିସ ଧରିପାରିନାହିଁ। ମୃତ୍ୟୁର ପ୍ରକୃତ କାରଣ ମଧ୍ୟ ପୋଲିସ ବି କିଛି ଜାଣି ପାରିନାହିଁ । ଏଣୁ ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁ ବୋଲି ମୃତକ ଚିତ୍ତରଞ୍ଜନ ପଲେଇଙ୍କ ପରିବାର ଲୋକ ଦାବି କରିଛନ୍ତି। ଆଜି ମୃତକଙ୍କ ବଡ଼ ବାପା, ଭଉଣୀ ପୁରୀ ଏସପିଙ୍କୁ ଭେଟି ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିବା ସହ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ଏସପିଙ୍କ ନିକଟରେ ଦାବି କରିଛି।

ମୃତକଙ୍କ ପରିବାର ଲୋକଙ୍କ ସହ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ମଧ୍ୟ ଆସି ଏହି ଦାବି ରଖିଛନ୍ତି। ସେପଟେ ପୁରୀ ଏସପି କହିଛନ୍ତି ଘଟଣାକୁ ତଦନ୍ତ ଜାରି ରହିଛି। ବିଭିନ୍ନ ଦିଗକୁ ତଦନ୍ତ କରାଯାଉଛି। ଏଣୁ କାହାକୁ ଜେରା କରାଯାଉଛି, କଣ ପ୍ରମାଣ ମିଳିଛି ତାହା ଏବେ ତଦନ୍ତର ଗୋପନୀୟତା ଦୃଷ୍ଟିରୁ ପ୍ରକାଶ ସମ୍ଭବ ନୁହେଁ। ତେବେ ପୁରୀ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ସମସ୍ତ ଚେଷ୍ଟା କରୁଛି ବୋଲି ପୁରୀ ଏସପି କନୱର ବିଶାଲ ସିଂ କହିଛନ୍ତି।

ସେପଟେ ଏହି ମୃତ୍ୟୁ ଘଟଣାରେ ସଂଜୟ ଦାସ ବର୍ମାଙ୍କ ସମ୍ପୃକ୍ତି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି ମୃତକଙ୍କ ଭଉଣୀ। ସେ କହିଛନ୍ତି ମୃତ ଚିତ୍ତରଞ୍ଜନଙ୍କ ପତ୍ନୀ ମାନସିକ ଦୁଶ୍ଚିନ୍ତାରେ ଥିବା ବେଳେ ସେ ପ୍ରକୃତ କଥା ନ ବୁଝି ସଂଜୟ ଦାସ ବର୍ମାଙ୍କ ନା ଭୁଲରେ କହି ଦେଇଛନ୍ତି । ପ୍ରକୃତରେ ଚିତ୍ତରଂଜନଙ୍କ ମୃତ୍ୟୁ କଥା ଶୁଣିଲେ କାଳେ ତାଙ୍କ ପତ୍ନୀ ମାନସିକ ଭାରସମ୍ୟ ହରାଇ କୌଣସି ଅଘଟଣ ହେବା ଆଶଙ୍କାରେ ସଂଜୟ ଦାସ ବର୍ମା କହିଥିଲେ ତାଙ୍କ ସ୍ବାମୀଙ୍କୁ ନେଇ ଘରେ ପହଞ୍ଚିବେ । କିନ୍ତୁ ପରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଚିତ୍ତରଞ୍ଜନ ପତ୍ନୀ ଏକ ଭୁଲ ବୁଝାମଣାରେ ସଂଜୟ ଦାସ ବର୍ମାଙ୍କ ନା ନେଇ ଥିଲେ ଏହି ମୃତ୍ୟୁ ଘଟଣା ପାଇଁ ବୋଲି କହିଛନ୍ତି ।

ତେବେ ଚିତ୍ତ ରଞ୍ଜନଙ୍କ ମୃତ୍ୟୁ ଘଟଣାରେ ସଂଜୟ ଦାସ ବର୍ମାଙ୍କ କୌଣସି ଭୂମିକା ନ ଥିବା ମୃତ ଚିତ୍ତରଞ୍ଜନଙ୍କ ଭଉଣୀ ଗଣମାଧ୍ୟମ ଆଗରେ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.