ETV Bharat / city

ବାଲୁକା କଳାରେ ସିଞ୍ଜୋ ଆବେଙ୍କ ଆରୋଗ୍ୟ କାମନା - speedy recovery of Shinzo Abe

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଆରୋଗ୍ୟ କାମନା କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ନିଜ ବାଲୁକା କଳା ମାଧ୍ୟମରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅଧିକ ପଢନ୍ତୁ...

ସିଞ୍ଜୋ ଆବେଙ୍କ ଆରୋଗ୍ୟ କାମନା କଲେ ସୁଦର୍ଶନ ପଟ୍ଟନାୟକ

author img

By

Published : Aug 30, 2020, 8:51 PM IST

Updated : Aug 30, 2020, 9:54 PM IST

ପୁରୀ: ସ୍ବାସ୍ଥ୍ୟଗତ କାରଣ ପାଇଁ ଜାପାନର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆରୋଗ୍ୟ କାମନା କରିଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ନିଜ ବାଲୁକା କଳା ମାଧ୍ୟମରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏନେଇ ସେ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

ସିଞ୍ଜୋ ଆବେଙ୍କ ଆରୋଗ୍ୟ କାମନା କଲେ ସୁଦର୍ଶନ ପଟ୍ଟନାୟକ

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ଟ୍ବିଟରରେ ଲେଖିଛନ୍ତି, ଆମେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆରୋଗ୍ୟ କାମନା କରୁଛୁ । ତାଙ୍କ ନେତୃତ୍ବରେ ଭାରତ-ଜାପାନ ବନ୍ଧୁତ୍ବ ଏକ ନୂତନ ଉଚ୍ଚତାକୁ ଛୁଇଁ ପାରିଥିଲା । ସେ ମଧ୍ୟ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଜଣେ ଭଲ ବନ୍ଧୁ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି ।

ପୁରୀ ବେଳାଭୂମିରେ ବାଲୁକାକଳା ପ୍ରସ୍ତୁତ କରାଯାଇଥିବା ବେଳେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତିକୃତିକୁ ଏଥିରେ ସ୍ଥାନ ଦିଆଯାଇଛି । ସିଞ୍ଜୋ ଆବେ କେବଳ ଜାପାନ କାହିଁକି ସାରା ବିଶ୍ୱରେ ଜଣାଶୁଣା ନେତା । ତାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଭାରତ ଓ ଜାପାନ ମଧ୍ୟରେ ସମ୍ପର୍କ ବେଶ ନିବିଡ ହୋଇଛି। ଏଣୁ ଭାରତରେ ମଧ୍ୟ ସିଞ୍ଜୋ ଆବେଙ୍କ ବହୁତ ପ୍ରଶଂସକ ରହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 30, 2020, 9:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.