ETV Bharat / city

ବାଲୁକା କଳାରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ - ବାଲୁକା ଚିତ୍ର କଳାରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଦେଶର ନଂ-1 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ନବୀନଙ୍କ ଅବିକଳ ନକଲ ଏକ ବାଲୁକା କଳା କରି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

sand artist Sudarshan Pattnaik congretulate Naveen Pattnaik
ବାଲୁକା ଚିତ୍ର କଳାରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
author img

By

Published : Jan 16, 2021, 11:05 PM IST

ପୁରୀ: ବାଲୁକା ଚିତ୍ର କଳାରେ ନବୀନଙ୍କ ଶୁଭେଚ୍ଛା । ଦେଶର ନଂ 1 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ନବୀନଙ୍କ ଅବିକଳ ନକଲ ଏକ ବାଲୁକା କଳା କରି ଶୁଭେଚ୍ଛା ଜଣାଇଛନ୍ତି ।

ବାଲୁକା କଳାରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଏକ ଜାତୀୟ ଚ୍ୟାନେଲ ସର୍ଭେ ସଂସ୍ଥା ପକ୍ଷରୁ ସାରା ଦେଶର ଶ୍ରେଷ୍ଠ 10 ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସର୍ଭେ ହୋଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି । ଏହାକୁ ନେଇ ବଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନବୀନଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ବେଳାଭୂମିରେ ସେ ଏହି ସୁନ୍ଦର ବଲୁକା ଚିତ୍ର କଳାଟିକୁ ଗଢି ଥିବା ବେଳେ ଏହି ଚିତ୍ର କଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକୃତି ରହିଛି । ତେବେ ଏହି ସୁନ୍ଦର ବଲୁକା ଚିତ୍ରକଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ ଭିଡ ଦେଖିବାକୁ ମିଳିଛି ।

ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ନବୀନ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି । ସେହିପରି ଦ୍ଵିତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରହିଥିବାବେଳେ ତୃତୀୟରେ ଅଛନ୍ତି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.