ETV Bharat / city

ବାଲୁକା କଳାରେ ହରହର ମହାଦେବ

ରାତି ପାହିଲେ ମହାଶିବରାତ୍ରୀ ତଥା ଜାଗର । ବ୍ରତ ସହ ଶିବଙ୍କ ଉପାସନା ପାଇଁ ପୁରପଲ୍ଲୀ ଉତ୍ସଵ ମୁଖର । ତେବେ ଜାଗର ଅବସରରେ ପୁରୀରେ ବାଲୁକା କଳା ମାଧ୍ୟମରେ ଏହି ଦିବସର ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ସ୍ୟାଣ୍ଡ ଆର୍ଟ କଲେଜର ଛାତ୍ରଛାତ୍ରୀ । ଅଧିକ ଖବର ପଢନ୍ତୁ...

ବାଲୁକାକଳାରେ ହରହର ମହାଦେବ
ବାଲୁକାକଳାରେ ହରହର ମହାଦେବ
author img

By

Published : Feb 20, 2020, 7:58 PM IST

ପୁରୀ: ରାତି ପାହିଲେ ମହାଶିବରାତ୍ରୀ ତଥା ଜାଗର । ବ୍ରତ ସହ ଶିବଙ୍କ ଉପାସନା ପାଇଁ ପୁରପଲ୍ଲୀ ଉତ୍ସଵ ମୁଖର । ତେବେ ଜାଗର ଅବସରରେ ପୁରୀରେ ବାଲୁକା କଳା ମାଧ୍ୟମରେ ଏହି ଦିବସର ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ସ୍ୟାଣ୍ଡ ଆର୍ଟ କଲେଜର ଛାତ୍ରଛାତ୍ରୀ । ଦେବଦେବ ମହାଦେବଙ୍କ 11 ଟି ନାମ କୁ ନେଇ 11ଟି ଶିବଙ୍କ ପ୍ରତିମୂର୍ତ୍ତି ବାଲିରେ ନିର୍ମାଣ କରିଛନ୍ତି ଛାତ୍ରଛାତ୍ରୀ।

ବାଲୁକାକଳାରେ ହରହର ମହାଦେବ

ପୁରୀ ସ୍ଵର୍ଣ୍ଣିମ ବେଳାଭୂମିରେ 5 ଘଣ୍ଟା ଧରି 15 ଜଣ ବାଲୁକା ଶିଳ୍ପୀ ଏହାକୁ ତିଆରି କରିଛନ୍ତି । ଦେବ ଦେବ ମହାଦେବ ସମସ୍ତଙ୍କୁ ଆଶୀର୍ବାଦ ଦେବା ସହ ଜଗତର ମଙ୍ଗଳ କାମନା କରନ୍ତୁ ବୋଲି ସୁଦର୍ଶନ ସ୍ୟାଣ୍ଡ ଆର୍ଟ କଲେଜର ଛାତ୍ରଛାତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.