ETV Bharat / city

ପିପିଲି ଉପନିର୍ବାଚନ: ନାମାଙ୍କନ ଭରିଲେ ରୁଦ୍ର ମହାରଥୀ

ପିପିଲି ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ । ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ରୁଦ୍ର ପ୍ରତାପ ମହାରଥୀ । ଅଧିକ ପଢନ୍ତୁ...

author img

By

Published : Mar 30, 2021, 1:30 PM IST

Updated : Mar 30, 2021, 4:52 PM IST

ନାମାଙ୍କନ ଭରିଲେ ରୁଦ୍ର ମହାରଥୀ
ନାମାଙ୍କନ ଭରିଲେ ରୁଦ୍ର ମହାରଥୀ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ । ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ରୁଦ୍ର ପ୍ରତାପ ମହାରଥୀ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ । ନାମାଙ୍କନ ପତ୍ର ଦାଖଲ ପରେ ରୁଦ୍ର ପିପିଲିର ବିକାଶ ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ପିପିଲି ଉପନିର୍ବାଚନ: ନାମାଙ୍କନ ଭରିଲେ ରୁଦ୍ର ମହାରଥୀ

ଆଜି ନାମାଙ୍କନର ଶେଷ ଦିନ । ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ପିପିଲିରୁ ପୁରୀ ପର୍ଯ୍ୟନ୍ତ ଏକ ବିରାଟ ରାଲି କରିିଥିଲେ । ବରିଷ୍ଠ ନେତା ପ୍ରତାପ ଦେବ, ସମୀର ରଞ୍ଜନ ଦାଶ, ଉମାକାନ୍ତ ସାମନ୍ତ ରାୟ ରାଲିରେ ସାମିଲ ହୋଇଛନ୍ତି । ରୁଦ୍ର ମହାରଥୀଙ୍କ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ମଧ୍ୟ ଉପସ୍ଥିତି ରହିଛନ୍ତି ।

ପିପିଲିର ବିକାଶ ପାଇଁ ରୁଦ୍ରଙ୍କର ଲକ୍ଷ୍ୟ ରହିଛି ବୋଲି ନାମାଙ୍କନ ପତ୍ର ଦାଖଲ କରିବା ପରେ ସେ କହିଛନ୍ତି । ତାଙ୍କ ବାପା ତଥା ସ୍ବର୍ଗତ ପ୍ରଦୀପ ମହାରଥୀ ପିପିଲି ନିର୍ବାଚନ ମଣ୍ଡଳୀର ଅନେକ ବିକାଶ କରିଥିବା ହେତୁ ଉପ ନିର୍ବାଚନରେ ପିପିଲି ଡେଲାଙ୍ଗବାସୀ ତାଙ୍କୁ ନିଶ୍ଚିତ ବିଜୟୀ କରାଇବେ ବୋଲି ସେ ମତ ଦେଇଛନ୍ତି । ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ ପୂର୍ଵରୁ ଏକ ବିରାଟ ରାଲିରେ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ରୁଦ୍ର ଆସିଥିଲେ । ବିଜେଡି ବରିଷ୍ଠ ନେତା ଓ କର୍ମୀ ଏହି ଶୋଭାଯାତ୍ରାରେ ଉପସ୍ଥିତ ଥିଲେ।

ପିପିଲି ଉପନିର୍ବାଚନ ପାଇଁ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡି ଟିକେଟ ଦେଇଛି । ବାପା ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ସହ ପିପିଲି ନିର୍ବାଚନମଣ୍ଡଳୀର ବିକାଶ ତାଙ୍କ ମୁଖ୍ୟ ଏଜେଣ୍ଡା ଥିବା ପ୍ରତିକ୍ରିୟାରେ ରୁଦ୍ର ମହାରଥୀ କହିଛନ୍ତି ।

ଅନ୍ୟପଟେ ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଦଳ କନ୍ଦଳକୁ ଖାରଜ କରିଛନ୍ତି । ଉପନିର୍ବାଚନରେ ବିଜେଡି ସଭାପତିଙ୍କ ଠାରୁ ଆରମ୍ଭ କରି ତୃଣମୂଳ ସ୍ତର ସହ ନିର୍ବାଚନ ଲଢେ । ବିଜେଡି ସର୍ବଦା ଏକାଠି ରହିଛି । ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ରଣହୁଙ୍କାର ନେଇ ଆଗକୁ ବଢିବୁ ବୋଲି କହିଛନ୍ତି ପ୍ରତାପ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 30, 2021, 4:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.