ETV Bharat / city

ସରିଲା ବାହୁଡାଯାତ୍ରା ଓ ସୁନାବେଶ ସମୀକ୍ଷା ବୈଠକ, ସନ୍ଧ୍ୟା ସୁଦ୍ଧା ସରିବ ଦ୍ବିତୀୟ ପର୍ଯ୍ୟାୟ ଟେଷ୍ଟ

author img

By

Published : Jul 19, 2021, 2:12 PM IST

ମହାପ୍ରଭୁଙ୍କ ବାହୁଡା ଯାତ୍ରା ଓ ସୁନାବେଶ ନେଇ ଆଜି (ସୋମବାର) ବସିଥିବା ସମୀକ୍ଷା ବୈଠକ ଶେଷ ହୋଇଛି । ନିଳାଦ୍ରୀ ଭକ୍ତନିବାସରେ ବୈଠକ ବସିଥିଲା । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ବାହୁଡାଯାତ୍ରା ଓ ସୁନା ବେଶ ନେଇ ସମୀକ୍ଷା ବୈଠକ

ପୁରୀ: ରାତି ପାହିଲେ ଶ୍ରୀମନ୍ଦିର ବାହୁଡିବେ ତିନିଠାକୁର । ମହାପ୍ରଭୁଙ୍କ ବାହୁଡା ଯାତ୍ରା ଓ ସୁନାବେଶ ନେଇ ଆଜି (ସୋମବାର) ବସିଥିବା ସମୀକ୍ଷା ବୈଠକ ଶେଷ ହୋଇଛି । ନିଳାଦ୍ରୀ ଭକ୍ତନିବାସରେ ବୈଠକ ବସିଥିଲା । ସୁନାବେଶ ଓ ବାହୁଡା ଯାତ୍ରାକୁ ସୁରୁଖୁରୁରେ ଶେଷ କରିବାକୁ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ଏବେ ସୁଦ୍ଧା ପ୍ରାୟ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶେଷ ହୋଇଛି । ବାକି ଥିବା ସମସ୍ତଙ୍କର ଆଜି ସନ୍ଧ୍ୟା ସୁଦ୍ଧା ଟେଷ୍ଟ ଶେଷ ହେବ । ସେବାୟତଙ୍କ ଦ୍ବିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ କରାଯାଇଛି। ଅଧିକ ଖରାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ବାହୁଡା ଯାତ୍ରାରେ ରଥଟଣା ସମୟରେ ଅଗ୍ନିଶମ ବିଭାଗ ଦ୍ବାରା ଜଳସିଞ୍ଚନ କରାଯିବା ସହିତ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ସେବକଙ୍କ ସହଯୋଗରେ ଶୃଙ୍ଖଳିତ ନିତୀକାନ୍ତି ହେବ। ସେପଟେ ଶ୍ରୀମନ୍ଦିରରେ ଲାଗିବାକୁ ଥିବା ଆଠଟି ରୂପା ଦ୍ବାରର କାମ କରାଯାଉଛି। ନିଳାଦ୍ରୀ ବିଜେ ମଧ୍ୟରେ ବେହରଣ ଦ୍ବାରର ରୂପାଛାଉଣି କାର୍ଯ୍ୟ ସରିଥିବା ବେଳେ ଜୟ ବିଜୟ ଦ୍ବାର, ଭୋଗମଣ୍ଡପ , ସାତପାହାଚ ଦ୍ବାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ବାହୁଡା ଓ ସୁନାବେଶ ପାଇଁ କଣ କଣ ସ୍ବତନ୍ତ୍ର ବ୍ୟବ୍ୟସ୍ଥା କରାଯାଇଛି ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଗୁଣ୍ଡିଚା ଯାତ୍ରାକୁ ଯେପରି ସଫଳ କରାଯାଇଥିଲା ବାହୁଡା ଯାତ୍ରାକୁ ସେହିପରି ସଫଳ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.