ETV Bharat / city

ଗୋଷାଣୀ ଯାତ୍ରା ଭସାଣ ଉତ୍ସବରେ କଟକଣା

ଗୋଷାଣୀ ଯାତ୍ରା ଭସାଣରେ ଲୋକଙ୍କ ପାଇଁ କଟକଣା ଜାରି ହୋଇଛି । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଗୋଷାଣୀ ଯାତ୍ରାକୁ ସର୍ବସାଧାରଣଙ୍କ ଦର୍ଶନ ଉପରେ ପୁରୀ ପ୍ରଶାସନ ପକ୍ଷରୁ ଜାରି ହୋଇଛି କଟକଣା । ଅଧିକ ପଢନ୍ତୁ...

ଗୋଶାଣୀ ଯାତ୍ରା ଭସାଣ ଉତ୍ସବରେ କଟକଣା
ଗୋଶାଣୀ ଯାତ୍ରା ଭସାଣ ଉତ୍ସବରେ କଟକଣା
author img

By

Published : Oct 14, 2021, 8:30 AM IST

ପୁରୀ: କୋରୋନା ପାଇଁ ସବୁ ପର୍ବ ଫିକା ପଡିଛି । ପୁରୀର ଗୋଷାଣୀ ଯାତ୍ରା ଭସାଣ ମଧ୍ୟ ଏଥିରୁ ବାଦ ପଡିନାହିଁ । ଗୋଷାଣୀ ଯାତ୍ରା ଭସାଣରେ ଲୋକଙ୍କ ପାଇଁ କଟକଣା ଜାରି ହୋଇଛି । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଗୋଷାଣୀ ଯାତ୍ରାକୁ ସର୍ବସାଧାରଣଙ୍କ ଦର୍ଶନ ଉପରେ ପୁରୀ ପ୍ରଶାସନ ପକ୍ଷରୁ ଜାରି ହୋଇଛି କଟକଣା ।

ଗୋଶାଣୀ ଯାତ୍ରା ଭସାଣ ଉତ୍ସବରେ କଟକଣା

ମେଢ ଦେଖିବା ପାଇଁ ଦର୍ଶନାର୍ଥୀ ମାନଙ୍କ ଭିଡ ହେବା ସହ ସାମାଜିକ ଦୂରତ୍ବ ରକ୍ଷା ନିୟମ ଉଲ୍ଲଙ୍ଘନ ଏବଂ କୋରୋନା ବ୍ୟାପିବାର ଆଶଙ୍କା ଥିବାରୁ ଏଭଳି କଟକଣା ଜାରି କରାଯାଇଛି । ପୂର୍ବରୁ ଦୁର୍ଗା ପୂଜା ସମୟରେ ସର୍ବସାଧାରଣ ଦର୍ଶନ ଉପରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସାରା ରାଜ୍ୟରେ ଜାରି କଟକଣା ବଳବତ୍ତର ରହିଛି । ଭସାଣି ମଧ୍ୟାହ୍ନ ୧୨ ଘଟିକା ସମୟରୁ ଗୋଷାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଏବଂ ସିଂହଦ୍ବାର ଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ସର୍ବସାଧରଣଙ୍କ ଯାତାୟତ ଉପରେ କଟକଣା ଲାଗୁ ରହିଛି ।

ଶ୍ରୀମନ୍ଦିର ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତବିଶେଷ ଏବଂ ପୂଜା କମିଟିର ସର୍ବାଧିକ ୭ ଜଣଙ୍କୁ ଏହି ସମୟ ମଧ୍ୟରେ ପ୍ରବେଶାନୁମତି ରହିବ । ଉକ୍ତ ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସେବା ଉପରେ କୌଣସି କଟକଣା ରହିବ ନାହିଁ । ଉପଜିଲ୍ଲାପାଳ ଭବତାରଣ ସାହୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଉକ୍ତ ନିର୍ଦ୍ଦେଶନାମାର କଡାକଡି ପାଳନ ନିମନ୍ତେ ସିଂହଦ୍ବାର ଓ ଟାଉନ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.