ETV Bharat / city

ହେ କାଳିଆ ସାଆନ୍ତ ! ଲକ୍ଷ୍ଣଣ ରେଖା ଟାଣିଛି କୋଭିଡ୍, ଦୂରରୁ କରୁଛି ଦଣ୍ଡବତ - ଜଗତଠାକୁର

କାଳିଆଠାକୁରକୁ ଝୁରୁଛି ଭକ୍ତ । ହେଲେ ଚର୍ମ ଚକ୍ଷୁରେ ଦେଖିପାରୁନି ତାର ସେ ଦିବ୍ୟଶ୍ରୀମୁଖ । ବ୍ୟାକୁଳ ମନ । ଖାଲି ପଡିଛି ବଡଦାଣ୍ଡ । ଅଧିକ ପଢନ୍ତୁ...

କାଳିଆକୁ ଝୁରିଛି ଭକ୍ତ
କାଳିଆକୁ ଝୁରିଛି ଭକ୍ତ
author img

By

Published : Jul 12, 2021, 11:22 AM IST

Updated : Jul 12, 2021, 11:56 AM IST

ପୁରୀ: ହେ କାଳିଆ ଠାକୁର, ହେ ବିଶ୍ବ ନିଅନ୍ତା, ହେ ଜଗତଠାକୁର , ମନ ବ୍ୟାକୁଳ ହେଉଛି ତତେ ଦେଖିବା ପାଇଁ । ଇଚ୍ଛା ଥିଲା ଆଜି ଆଖି ଭରି ତୋର ସେ ଚକାନୟନକୁ ଟିକିଏ ଦେଖିବାରୁ । ଆଉ ବଡଦାଣ୍ଡରେ ଆଜି ପାଦ ରଖି ତୋର ସେ ଯାତ୍ରାରେ ଲାଗିଥିବା ଭିଡରେ ନିଜକୁ ବି ସାମିଲ କରିଥାନ୍ତି । ବର୍ଷକରେ ଥରେ ଭାଇଭଉଣୀଙ୍କୁ ଧରି ଆସିଛୁତୁ ବଡଦାଣ୍ଡକୁ । ହେଲେ ଦୂରରୁ ମୁଁ କରୁଛି ଦଣ୍ଡବତ । ସାଆନ୍ତେ ତୁମ- ମୋ ମଧ୍ୟରେ ଲକ୍ଷ୍ଣଣ ରେଖା ଟାଣିଛି ।

ଆଉ ମୋତେ ଲାଗୁଛି ଯେମିତି ବିନା ଶିକୁଳିରେ ମୋ ପାଦ କିଏ ବାନ୍ଧି ଦେଇଛି । ତୁ ଠିକ ଜାଣିଛୁ ମହାମାରୀ କୋରୋନା ଆଜି ଏହି ଶିକୁଳି ଖାଲି ମୋ ପାଦରେ ନୁହଁ ସାରା ବିଶ୍ବବାସୀଙ୍କ ପାଦକୁ ବାନ୍ଧି ଦେଇଛି । ସେଥି ପାଇଁ ତ ଆଜି ତୋର ସବୁଠାରୁ ବଡଯାତ୍ରାରେ ବଡଦାଣ୍ଡ ଖାଲି ପଡିଛି । ଯେଉଁଠି ବର୍ଷକରେ ଥରେ ସମୁଦ୍ରସମ ଭିଡ ଲାଗେ ତାହା ଆଜି ପୁରା ଶୂନଶାନ ହୋଇପଡିଛି ।

ମୁଁ ଜାଣିଛି ଆଜି ତୋର ସେ ଚକା ଆଖିବି ମୋତେ ଖୋଜୁଥିବ । ହେଲେ କଣ କରିବି ଘରର ଚାରିକୋଣରେ ରହି ତତେ ମୁଁ ମୁଣ୍ଡିଆ ମାରୁଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 12, 2021, 11:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.