ବ୍ରହ୍ମଗିରି: ଜିଲ୍ଲାର ପ୍ରସିଦ୍ଧ ମା ବାଲି ହରଚଣ୍ଡୀ ପୀଠର ରଜ ପର୍ବରେ ପ୍ରଶାସନ ଲଗାଇଲା 144 ଧାରା । ଜିଲ୍ଲା ବ୍ରହ୍ମଗିରିର ମା ବାଲି ହରଚଣ୍ଡୀ ପୀଠ ଓଡ଼ିଆ ପଯ୍ୟଟନ ସ୍ଥଳୀରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଜିଲ୍ଲାର ପ୍ରସିଦ୍ଧ ରଜ ପର୍ବ ଏହି ପୀଠରେ ଧୁମଧାମରେ ପାଳନ କରାଯାଏ। ଅଞ୍ଚଳର 500ରୁ ଊର୍ଦ୍ଧ୍ବ ଗ୍ରାମର ଲୋକମାନେ ଏଠି ଛାପା ପକାଇ ରଜ 4 ଦିନ ମଉଜ କରିବା ସହିତ ମାଙ୍କ ଦର୍ଶନ କରିଥାନ୍ତି।
ଚଳିତ ବର୍ଷ କୋରୋନା ଫଳରେ ପ୍ରଶାସନ ପକ୍ଷରୁ ପୀଠରେ 144 ଜାରି କରାଯାଇଛି। ମନ୍ଦିର ଚତୁଃପାର୍ଶ୍ୱରେ ବ୍ୟାରିକେଟ କରି ପୋଲିସ ପ୍ରହରା ଦେଉଛନ୍ତି। ମାଙ୍କ ସେବା କରିବା ପାଇଁ କେବଳ ପାଳିଆ ସେବାୟତ ମାନଙ୍କୁ ମନ୍ଦିର ଆସିବା ପାଇଁ ଅନୁମତି ମିଳିଛି। ଯେଉଁ ସ୍ଥାନ ଲୋକାରଣ୍ୟରେ କୋଳାହଳ ହୋଇ ଉଠିଥାନ୍ତା ସେହି ସ୍ଥାନ ଆଜି ଶୁନଶାନ । କେବଳ ବିହଙ୍ଗ ମାନଙ୍କ କିଚିରି ମିଚିରି ସାଙ୍ଗକୁ ସମୁଦ୍ରରେ ଗର୍ଜନ ଶୁଣିବାକୁ ମିଳିଛି।
ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ