ETV Bharat / city

ତିନି ରଥର ଶେଷ ହେଲା ଅଖ ଚକ ଡେରା

ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ତିନି ରଥର ସମସ୍ତ ଚକ ଓ ଅଖ ସଂଯୋଗ କରାଯାଇ ଡେରାଯାଇଛି। କୋଭିଡ କଟକଣା ଭିତରେ ରଥନିର୍ମାଣ ସୁରୁଖୁରୁରେ ଚାଲିଥିବା ପୁରୀ ଉପଜିଲ୍ଲାପାଳ କହିଛନ୍ତି। ଅଧିକ ପଢନ୍ତୁ...

author img

By

Published : Jun 12, 2021, 6:56 PM IST

ତିନି ରଥ ଶେଷ ହେଲା ଅଖ ଚକ ଡେରା
ତିନି ରଥ ଶେଷ ହେଲା ଅଖ ଚକ ଡେରା

ପୁରୀ: ତିନି ରଥର ଶେଷ ହେଲା ଅଖ ଚକ ଡେରା । ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ତିନି ରଥର ସମସ୍ତ ଚକ ଓ ଅଖ ସଂଯୋଗ କରାଯାଇ ଡେରାଯାଇଛି । ଏଥିସହ ରଥର ଉପରି ଭାଗ ନିର୍ମାଣ କାର୍ଯ୍ୟ ଜୋର ଧରିଛି । ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରି ନାହାକା ଉଠିବ । ଚଳିତ ବର୍ଷ ରଥନିର୍ମାଣ ବେଶ ଆଗୁଆ ଚାଲିଛି ।

ତିନି ରଥ ଶେଷ ହେଲା ଅଖ ଚକ ଡେରା

ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରଥନିର୍ମାଣ ଅନୁକୂଳ ହୋଇ ଶ୍ରୀକ୍ଷେତ୍ର ଭଉଁରୀ ଦିନ ତିନି ରଥର ଦୁଇଟି ଲେଖାଏଁ ଚକ ହିସାବରେ ୬ଟି ଚକ ସହ ୩ଟି ଅଖ ସଂଯୋଗ କରାଯାଇଥିଲା । ଶୀତଳଷଷ୍ଠୀରେ ସମସ୍ତ ଚକ,ଅଖ ଡେରା ଯିବାର ଟାର୍ଗେଟ ରହିଥିଲେ ହେଁ ଏହାର ଯଥେଷ୍ଟ ପୂର୍ବରୁ ଆଜି ତିନି ରଥର ସମସ୍ତ ୪୨ ଚକ ସହ ଅଖ ସଂଯୋଗ କରାଯାଇ ଡେରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଭୋଇ ସେବକ ଅକ୍ଲାନ୍ତ ପରିଶ୍ରମ ଜରି ପ୍ରଥମେ ତାଳଧ୍ବଜ,ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥର ଚକଅଖ ସଂଯୋଗ କରାଯାଇଥିଲା। ସେପଟେ କମାରଶାଳରେ ଓଝା ସେବକମାନେ କୁରାଢ଼ୀ, ବାରିସି, ନିହଣ ସହ ଆଗ ପାତେଳୀ କଣ୍ଟା,ଯୋଖା,ଗୟଳ,ଛନ୍ଦା ଗୟଳ ଓ କଇଁଚି ପାଇଁ କଣ୍ଟା ପ୍ରସ୍ତୁତ କରୁଛନ୍ତି ।

ଚକ ଓ ଅଖ ସଂଯୋଗ ସହ ଦଣ୍ଡା ଫ୍ରେମ ସେଟିଂ କାମ ସରିଛି । ସତର୍କତାର ସହ ଏହାର ନମ୍ବରିଂ କରାଯାଉଛି । ଅଖ ଉପରେ ଦଣ୍ଡାଫ୍ରେମ ଫିଟିଂ ହେବ। ଏହା ରଥର ସମ୍ପୂର୍ଣ୍ଣ ଭାରାକୁ ବହନ କରିବ। ଦଣ୍ଡା ଉପରେ ଗରଗରା ପଡି ଚାରି ନାହାକା ଉଠିବ। ଗରଗରା ଚଉପଟ ସରି ବିନ୍ଧ ଖୋଦେଇ ଜାରି ରହିଛି । ସେପଟେ ଦେବସ୍ନାନ ପୂର୍ଣ୍ଣମୀ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ବିନା ଭକ୍ତରେ ୧୪୪ ଧାରା ଜାରି କରାଯାଇ ଦେବସ୍ନାନ ପୂର୍ଣ୍ଣମୀ କରାଯିବାକୁ ଯୋଜନା ଚାଲିଛି । ଏହା ପୂର୍ବରୁ ସେବାୟତଙ୍କ କୋଭିଡ ଟେଷ୍ଟିଂ ସହ ଟୀକାକରଣ ଶେଷ କରିବାକୁ ସେବାୟତ ଦାବି କରିଛନ୍ତି । ସମସ୍ତ ସେବାୟତ ଦେବସ୍ନାନ ପୂର୍ଣ୍ଣମୀ ଦିନ ଏକତ୍ରିତ ଭାବେ କରୋନା ମହାମାରୀ ବିନାଶ ପାଇଁ ଦୀପଦାନ କରିବାକୁ ନିବେଦନ କରାଯାଇଛି । କୋଭିଡ କଟକଣା ଭିତରେ ରଥନିର୍ମାଣ ସୁରୁଖୁରୁରେ ଚାଲିଥିବା ଉପଜିଲ୍ଲାପାଳ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.