ETV Bharat / city

ମଦୁଆ ଡ୍ରାଇଭରଙ୍କୁ ନାହିଁ ନିସ୍ତାର, ଆରମ୍ଭ ହେଲା Drink And Drive ଅଭିଯାନ

author img

By

Published : Dec 23, 2021, 7:35 AM IST

ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ ପୁରୀ ପୋଲିସ ଆରମ୍ଭ କଲା ଡ୍ରିଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ ଅଭିଯାନ । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅଧିକ ପଢ଼ନ୍ତୁ

Strict vehicle Act in Puri: ମଦୁଆ ଡ୍ରାଇଭରଙ୍କୁ ନାହିଁ ନିସ୍ତାର, ଆରମ୍ଭ ହେଲା ଡ୍ରିଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ ଅଭିଯାନ

ପୁରୀ: ମଦ ପିଇ ଗାଡି ଚଳାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ନହେଲେ ଦେବାକୁ ପଡ଼ିବ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା, ଯିବାକୁ ପଡ଼ିପାରେ ଜେଲ୍‌ । ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ବର୍ତ୍ତମାନ ଆକ୍ସନ୍‌ ମୋଡ୍‌ରେ ରହିଛି ପୁରୀ ପୋଲିସ । ନୂଆବର୍ଷ ପୂର୍ବରୁ ପୁରୀ ପୋଲିସ ଚଲାଇଛି ଡ୍ରିଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ (drink and drive) ଅଭିଯାନ । ବ୍ରିଦ୍‌ ଆନାଲାଇଜର ସାହାଯ୍ୟରେ ଡ୍ରାଇଭର ମାନଙ୍କର ଯାଞ୍ଚ କଡ଼ାକଡ଼ି ଯାଞ୍ଚ କରାଯାଉଛି ।

ବଢୁଥିବା ଦୁର୍ଘଟଣା ଓ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସନ୍ଧ୍ୟାରୁ ଆରମ୍ଭ ହେଉଛି ଚେକିଂ । ବିଭିନ୍ନ ଥାନା ଅଞ୍ଚଳରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଜାରି ରହିବ ଏହି ଅଭିଯାନ । ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡାଙ୍କ ନେତୃତ୍ୱରେ ସୁବାଷ ବୋଷ ଛକ VIP ରୋଡ୍‌ରେ ପୋଲିସ ଚଳାଇଥିଲା ଅଭିଯାନ । ୨ ଜଣଙ୍କୁ ମଦ ପିଇ ଗାଡି ଚଳାଉଥିବା ବେଳେ ଧରିଛି ପୋଲିସ । ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

ନୂଆ ନିୟମ ଅନୁସାରେ ଏଭଳି ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ସହ ଜେଲ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି । ତେବେ ଏହି ଯାଞ୍ଚ ପ୍ରକ୍ରିୟା ଓ କଡ଼ା ଦଣ୍ଡବିଧାନ ଦ୍ୱାରା ଅନେକ ମଦୁଆ ସଚେତନ ହେବେ ବୋଲି ଆଶା ରଖିଛି ପୁରୀ ପୋଲିସ । ନୂଆବର୍ଷରେ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ ଜମିପାରେ । ସେମାନଙ୍କ ସୁରକ୍ଷା ଓ ବିଭିନ୍ନ ସମୟରେ ହେଉଥିବା ଦୁର୍ଘଟଣାରେ ବେଶ୍‌ ସହାୟକ ହେବ ଏହି ଅଭିଯାନ ।

ଏଭଳି ଏକ ଅଭିଯାନକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । ପର୍ଯ୍ୟଟକଙ୍କ ସମେତ ଡ୍ରାଇଭରମାନେ ମଧ୍ୟ ଏହାକୁ ସ୍ୱାଗତ କରିବା ସହ ସମସ୍ତଙ୍କୁ ସଚେତନ ରହିବାକୁ ଆହ୍ୱାନ ଦେଇଛନ୍ତି । ବାହାରୁ ଆସୁଥିବା ଗାଡ଼ି ହେଉ କି ସ୍ଥାନୀୟ ଅଞ୍ଚଳର ଗାଡି, ୪ ଚକିଆ ହେଉ କି ଦୁଇଚକିଆ, ମଦ ପିଇ ଗାଡ଼ି ଚଲାଉଥିବା ସମସ୍ତେ ଏହାଦ୍ବାରା ସଚେତନ ହେବେ ବୋଲି ଆଶା ରଖିଛି ପୁରୀ ପୋଲିସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.