ETV Bharat / city

ମାଞ୍ଜା ସୂତା ବିକାଳିଙ୍କୁ ନିସ୍ତାର ନାହିଁ, ପୁରୀ ପୋଲିସର ଘନଘନ ଚଢ଼ାଉ - ମାଞ୍ଜା ସୂତା ବିକ୍ରି ଦୋକାନ ଉପରେ ପୁରୀ ପୋଲିସର ଚଢ଼ାଉ

ମାଞ୍ଜା ସୂତା ଲାଗି କଟକରେ ଜଣେ ଯୁବକଙ୍କ ମୃତ୍ୟୁ ଏବଂ ପୁରୀରେ ଜଣେ ବୟସ୍କ ବ୍ୟକ୍ତି ଆହତ ହେବା ପରେ ଏବେ ଆକ୍ସନ ମୋଡ୍‌ରେ ପୁରୀ ପୋଲିସ । ବେଆଇନ ଭାବେ ମାଞ୍ଜା ସୂତା, ଚାଇନିଜ ସୂତା କରୁଥିବା ଦୋକାନ ଉପରେ ଚଢ଼ାଉ ହୋଇଛି । ଅଧିକ ପଢ଼ନ୍ତୁ

ମାଞ୍ଜା ସୂତା ବିକାଳିଙ୍କୁ ନିସ୍ତାର ନାହିଁ, ପୁରୀ ପୋଲିସର ଘନଘନ ଚଢ଼ାଉ

author img

By

Published : Dec 29, 2021, 5:17 PM IST

ପୁରୀ: ମାଞ୍ଜା ସୂତା ଲାଗି କଟକରେ ଜଣେ ଯୁବକଙ୍କ ମୃତ୍ୟୁ ଏବଂ ପୁରୀରେ ଜଣେ ବୟସ୍କ ବ୍ୟକ୍ତି ଆହତ ହେବା ପରେ ଏବେ ଆକ୍ସନ ମୋଡ୍‌ରେ ପୁରୀ ପୋଲିସ । ମାଞ୍ଜା ସୂତା, ଚାଇନିଜ ସୂତା ଏବଂ ଏହି ସମ୍ପର୍କିତ ଜିନିଷ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରିଛି ପୁରୀ ଟାଉନ ପୋଲିସ ।

ମାଞ୍ଜା ସୂତା ବିକାଳିଙ୍କୁ ନିସ୍ତାର ନାହିଁ, ପୁରୀ ପୋଲିସର ଘନଘନ ଚଢ଼ାଉ

ବଡ଼ଦାଣ୍ଡ, ମାର୍କେଟ ଛକ ଆଦି ଅଞ୍ଚଳରେ ଆଜି ପୁରୀ ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସଙ୍କ ସହ ଏକ ପୋଲିସ ଟିମ୍‌ ଚଢ଼ାଉ ଅଭିଯାନରେ ସାମିଲ ଥିଲେ । ତେବେ ମାଞ୍ଜା ସୂତା, ଚାଇନିଜ ସୂତା ବିକ୍ରି ନ କରିବାକୁ ବିଭିନ୍ନ ଦୋକାନୀଙ୍କୁ ପୋଲିସ ପକ୍ଷରୁ ସଚେତନ କରାଯାଇଛି । ନିୟମ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ପର୍ଯ୍ୟଟନ ସହର ପୁରୀରେ ସବୁବେଳେ ଲୋକଙ୍କ ଗହଳି ଲାଗି ରହିଥାଏ । ଏଣୁ କେହି ଗୁଡ଼ି ନ ଉଡ଼ାଇବା ନେଇ ପିଲାଙ୍କୁ ସଚେତନ କରିବାକୁ ଅଭିଭାବକମାନଙ୍କୁ ପୋଲିସ ଅପିଲ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.