ପୁରୀ: ସହରରେ ଲକ ଡାଉନ ନିୟମ କୁ କଡାକଡି କରିଛି ପୋଲିସ। ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମେତ ଜୋରିମାନା ମଧ୍ୟ ଆଦାୟ କରାଯାଉଛି। ପୁରୀ ପୋଲିସର ସୂଚନା ଅନୁଯାୟୀ ମଙ୍ଗଳବାର ଏ ନେଇ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ ହୋଇଥିଲା। ତେବେ ଜିଲ୍ଲାରେ ବିଭିନ୍ନ ବ୍ଲକ ରେ ଲକ ଡାଉନ ନିୟମ ଉଲଙ୍ଘନ କରିବା ଅଭିଯୋଗରେ 28 ଟି ଦୋକାନ ସିଲ କରାଯାଇଛି ।
ସେହିପରି ସାମାଜିକ ଦୂରତା ନିୟମ ଉଲଘଂନ ନେଇ 7 ହଜାର ଟଙ୍କା ଆଦାୟ କରାଯାଇଛି। ସେହିପରି 3 ଶହ 34 ଜଣ ଅମାନିଆ ଙ୍କ ଠାରୁ ମାସ୍କ ନ ପିନ୍ଧିବା ଅଭିଯୋଗ ରେ 34 ହଜାର 700 ଟଙ୍କା ଆଦାୟ କରାଯାଇଛି। ତେବେ ଏହି କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ ଜମା ବି ଖୁସି ନୁହେଁ। ବରଂ ଲୋକ ମାନେ ଏ ନେଇ ସଚେତନ ହେବା ନେଇ ପୋଲିସ ପକ୍ଷରୁ ଅପିଲ କରାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ