ETV Bharat / city

ପୁରୀ ପୋଲିସକୁ ସଫଳତା, ବେଆଇନ ବନ୍ଧୁକ କାରବାରରେ ସଂପୃକ୍ତ ୭ ଗିରଫ - ପୁରୀ ଅପରାଧିକ ମାମଲା

ଆଧ୍ୟାତ୍ମିକ କ୍ଷେତ୍ର ଶ୍ରୀକ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧିକ ମାମଲା । ଲୋକନାଥ ମନ୍ଦିର ସେବାୟତଙ୍କୁ ଗୁଳିକରି ହତ୍ୟା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ । ଅଧିକ ପଢନ୍ତୁ

puri police arrested seven accused after raid on illegal gun dealing
ଶ୍ରୀକ୍ଷେତ୍ରକୁ ଅପରାଧମୁକ୍ତ କରିବାକୁ ତତ୍ପର ହେଲା ପୁରୀ ପୋଲିସ: 7 ଗିରଫ ସହ 4 ବନ୍ଧୁକ ଜବତ
author img

By

Published : May 28, 2022, 5:08 PM IST

ପୁରୀ: ଚୋରା ବନ୍ଧୁକ କାରବାର ନେଇ ବିଭିନ୍ନ ଅଞ୍ଚଳରେ ପୁରୀ ପୋଲିସର ଚଢାଉ । ୭ ଅଭିଯୁକ୍ତ ଗିରଫ ସହ ୪ ବନ୍ଧୁକ ଜବତ । ପୁରୀ ଲୋକନାଥ ମନ୍ଦିର ସେବାୟତ ଶିବରାମ ପାତ୍ରଙ୍କୁ ଗୁଳିକରି ହତ୍ୟା ଘଟଣା ପରେ ଜିଲ୍ଲା ପୋଲିସ ପକ୍ଷରୁ ବେଆଇନ ବନ୍ଧୁକ କାରବାର ନେଇ ଚଢ଼ାଉ ଆରମ୍ଭ ହୋଇଛି । ବେଆଇନ ବନ୍ଧୁକ କାରବାରରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରିଛି ପୋଲିସ ।

ଶ୍ରୀକ୍ଷେତ୍ରକୁ ଅପରାଧମୁକ୍ତ କରିବାକୁ ତତ୍ପର ହେଲା ପୁରୀ ପୋଲିସ: 7 ଗିରଫ ସହ 4 ବନ୍ଧୁକ ଜବତ

ଏଥିସହ ୪ଟି ବନ୍ଧୁକ ସାଙ୍ଗକୁ ୪ଟି ଅଫୁଟା ଗୁଳି ଜବତ କରିଛି ପୋଲିସ । ସଦର ଥାନା, ଟାଉନ ଥାନା ଓ ବଳିଆ ପଣ୍ଡା ଥାନା ଅଞ୍ଚଳ ପୋଲିସ ପକ୍ଷରୁ ଡ୍ରାଇଭ କରାଯାଇ ବନ୍ଧୁକ ସମେତ ଏହାର କାରବାର କରୁଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ସଦର ରେଣ୍ଢାଗଡ଼ର ରତିକାନ୍ତ ପରିଡା, ଚନ୍ଦନପୁର ଥାନା ସିରୁଳି ମହାବୀର ଅଞ୍ଚଳର ବିକ୍ରମ ପଣ୍ଡା, ନୟାଗଡ଼ ଖଣ୍ଡପଡାର ଅଶୋକ ସାହୁ, ପୁରୀ ଟାଉନ ଥାନା ନୂଆପଟଣାଗଳିର ରୁଦ୍ର ପ୍ରସାଦ ରାଉତ, ପୁରୀ ହାଡ଼ଗୋଡ଼ିଆ ସାହିର ହରିଷ ଚନ୍ଦ୍ର ପୃଷ୍ଟି, ଖାକିମଠ ନୂଆସାହିର ଲୋକନାଥ ଦାସ, କୁମ୍ଭାରପଡା ବଉଳମଠ ଲେନର ରଞ୍ଜିତ କୁମାର ମହାନ୍ତିକୁ ପୋଲିସ ଗିରଫ କରିଛି ।

ପୁରୀ ଏସପି କେ. ବିଶାଲ ସିଂଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ବିଭିନ୍ନ ଘଟଣା କ୍ରମକୁ ନେଇ ମୋଟ ୧୬ଟି ବନ୍ଧୁକ ଜବତ ହୋଇଛି । ଜିଲ୍ଲାରେ ଚୋରା ବନ୍ଧୁକ କାରବାର ଉପରେ ରୋକ୍‌ ଲଗାଇବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ କରାଯାଇ ଚଢ଼ାଉ ଜାରିରହିଛି । ତେବେ ପୁରୀକୁ କେଉଁ ଠାରୁ ବନ୍ଧୁକ ଆସୁଛି ଏବଂ ଏହାର ମୁଖ୍ୟ କିଙ୍ଗପିନ୍ କିଏ ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରିରହିଛି । ପୁରୀ ପୋଲିସ ପକ୍ଷରୁ ଜାରି ଫୋନ ନମ୍ବରରେ ସଚେତନ ନାଗରିକ ଏନେଇ ଖବର ଦେବାକୁ ପୁରୀ SP ଅପିଲ କରିଛନ୍ତି । ତେବେ ଜିଲ୍ଲାକୁ ଅପରାଧମୁକ୍ତ ପାଇଁ ପୋଲିସ ପକ୍ଷରୁ ସର୍ବଦା ଉଦ୍ୟମ ଜାରି ରହିଥିବା ଏସପି କନୱର ବିଶାଲ ସିଂ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.