ETV Bharat / city

ନୂଆ blue flag ବିଚ୍‌କୁ ବିରୋଧ: ଆନ୍ଦୋଳନକାରୀ ଓ ପ୍ରଶାସନ ଭିତରେ ଆଲୋଚନା ବିଫଳ

author img

By

Published : Dec 25, 2021, 7:44 AM IST

ପୁରୀ ଚକ୍ରତୀର୍ଥ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ ବିଚ୍‌କୁ ବିରୋଧ ଜାରି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଠାଦୋକାନୀଙ୍କ ଅହୋରାତ୍ର ଧାରଣା । ଅଧିକ ପଢନ୍ତୁ

_Puri people protest against new blue flag beach
ନୂଆ blue flag ବିଚ୍‌କୁ ବିରୋଧ: ଆନ୍ଦୋଳନକାରୀ ଓ ପ୍ରଶାସନ ଭିତରେ ଆଲୋଚନା ବିଫଳ

ପୁରୀ: ଚକ୍ରତୀର୍ଥ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ ବିଚ୍‌କୁ ବିରୋଧ ଜାରି ରହିଛି । ପୂର୍ବରୁ ଗୋଟିଏ ବ୍ଲୁ ଫ୍ଲାଗ ବିଚ୍‌ ସହ ଆଉ ଗୋଟିଏ ନିଳାଦ୍ରୀ ବିଚ୍ ଥିବାବେଳେ ଚକ୍ରତୀର୍ଥ ବେଳାଭୂମିରେ ଆଉ ଏକ ବ୍ଲୁ ଫ୍ଲାଗ ବିଚ୍‌ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି କ୍ଷୁଦ୍ର ଓ ଉଠା ଦୋକାନୀ ।

ଏହାକୁ ବିରୋଧ କରି ଗତ ୧୭ ତାରିଖରୁ ବେଳାଭୂମିରେ ଶତାଧିକ ଉଠାଦୋକାନୀ ଅହୋରାତ୍ର ଧାରଣା ଦେଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କ ସହ କୈାଣସି ଆଲୋଚନା କରାଯାଇନଥିଲା । ଫଳରେ ଗତକାଲି ଏହା ଆନ୍ଦୋଳନର ରୂପ ନେଇଥିଲା। ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଗତକାଲି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସମସ୍ୟାର ସମାଧାନ ନେଇ ଆଜି ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଏହା ବିଫଳ ହୋଇଛି ।

ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ନହେଲେ ବେଳାଭୂମିରୁ ପାଣି ଓ ଲାଇନ୍ କାଟି ଦିଆଯିବ ବୋଲି ଆନ୍ଦୋଳନକାରୀଙ୍କୁ ଜିଲ୍ଲାପାଳ ଚେତାବନୀ ଦେଇଥିବା ଅଭିଯୋଗ ହୋଇଥିବା ବେଳେ ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳଙ୍କୁ ଚେତାଇ ଦେଇଛନ୍ତି ଆନ୍ଦୋଳନକାରୀ । ପୂର୍ବରୁ ହୋଇଥିବା ବ୍ଲୁ ଫ୍ଲାଗ ବିଚ୍ ନିର୍ମାଣ ସମୟରେ ମଧ୍ୟ ଏଭଳି କୁହାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: Merry Christmas: ପୁରୀ ବେଳାଭୂମିରେ ବିଶ୍ବର ସର୍ବ ବୃହତ୍ତ Santa Claus ! ଲାଗିଲା ୫୦୦୦ ଗୋଲାପ

ପ୍ରଶାସନ ମିଥ୍ୟା କଥା କହି ଗରିବ ଉଠା ଦୋକାନୀଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ ହୋଇଛି। ଏବେ ପୁଣି ଚକ୍ରତୀର୍ଥ ରୋଡ୍‌ ଠାରୁ ହୋଟେଲ ଶଙ୍କର ଇଣ୍ଟରନ୍ୟାସନଲ ପର୍ଯ୍ୟନ୍ତ ବ୍ଲୁ ଫ୍ଲାଗ ବିଚ୍‌ କରାଗଲେ ବ୍ୟବସାୟୀ ମାନେ ସେମାନଙ୍କ ପରିବାର କିଭଳି ପ୍ରତିପୋଷଣ କରିବେ ସେନେଇ ଜଣେ ବୃଦ୍ଧା ବ୍ୟବସାୟୀ ପ୍ରଶ୍ନ ଉଠାଇଛନ୍ତି ।

ତେବେ ବ୍ଲୁ ଫ୍ଲାଗ ବିଚ ନୁହେଁ ବରଂ ପୁରୀ ବେଳାଭୂମିରେ ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ଅତ୍ୟାଧୁନିକ ସୁବିଧା ପାଇଁ ଏହି ନିର୍ମାଣ କାର୍ଯ୍ୟ କରାଯାଉଛି। କୌଣସି ଦୋକାନୀଙ୍କୁ ବେଳାଭୂମିରୁ ଉଠାଯିବ ନାହିଁ । କେବଳ ରାସ୍ତା ଓ ପାର୍କ ନିର୍ମାଣ ହେବ ବୋଲି ଆଜି ଆଲୋଚନାରେ ଜିଲ୍ଲାପାଳ କହିଥିଲେ । କିନ୍ତୁ କଣ ପାଇଁ ଏ କଥାକୁ ବିଶ୍ବାସ କରିପାରୁନାହାନ୍ତି ଉଠାଦୋକାନୀ ମାନେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଜିଲ୍ଲାପାଳ । ତେବେ ଆଲୋଚନା କରାଯାଇ ଘଟଣାର ସମାଧାନ ସୂତ୍ର ବାହାର କରାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.