ETV Bharat / city

ପୁରୀବାସୀ ପାଇବେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ଆରମ୍ଭ ହେଲା ଭୂତଳ ବିଦ୍ୟୁତକରଣ ବ୍ୟବସ୍ଥା - puri collector samarth burma

୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପାଇବେ ପୁରୀ ବାସିନ୍ଦା । କାରଣ ଖୁବଶୀଘ୍ର ପୁରୀ ସହରରେ ସଂଯୋଗ ହେବାକୁ ଯାଉଛି ଅଣ୍ଡର ଗ୍ରାଉଣ୍ଡ ଇଲେକ୍ଟ୍ରିକ୍‌ କେବୁଲ ବା ଭୂତଳ ବିଦ୍ୟୁତ୍‌ ତାର । ଅଧିକ ପଢ଼ନ୍ତୁ...

ପୁରୀବାସୀ ପାଇବେ ନିରବଛିନ୍ନ ବିଦ୍ୟୁତ୍ ସେବା,  ଆରମ୍ଭ ହେଲା ଭୂତଳ ବିଦ୍ୟୁତକରଣ ବ୍ୟବସ୍ଥା

author img

By

Published : Oct 21, 2021, 8:44 PM IST

ପୁରୀ: ସହରର ପ୍ରମୁଖ ଅଞ୍ଚଳରେ ହେବ ଭୂତଳ ବିଦ୍ୟୁତକରଣ ବ୍ୟବସ୍ଥା । ଏହାଫଳରେ ପୁରୀବାସୀଙ୍କୁ ମିଳିପାରିବ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା । ବଡଦାଣ୍ତ ଓ ଶ୍ରୀମନ୍ଦିର ଚାରି ପାଖ ଅଞ୍ଚଳରେ ସଂଯୋଗ ହେବ ଭୂତଳ ବିଦ୍ୟୁତ୍ କେବୁଲ । ଶ୍ରୀମନ୍ଦିରକୁ ସିଧାସଳଖ ସଂଯୋଗ କରୁଥିବା ପ୍ରମୁଖ ୩ଟି ରାସ୍ତା ଓ ବଡଦାଣ୍ତକୁ ସଂଯୋଗ କରୁଥିବା ୨ଟି ରାସ୍ତାରେ ବିଛାଯିବ ଭୂତଳ ବିଦ୍ୟୁତ ତାର । ଏଥିପାଇଁ ପ୍ରଶାସନ ଖର୍ଚ୍ଚ କରିବ ୪୫ କୋଟି ଟଙ୍କା । ଏଭଳି ଏକ ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି ପୁରୀ ବାସିନ୍ଦା ।

ପୁରୀବାସୀ ପାଇବେ ନିରବଛିନ୍ନ ବିଦ୍ୟୁତ୍ ସେବା, ଆରମ୍ଭ ହେଲା ଭୂତଳ ବିଦ୍ୟୁତକରଣ ବ୍ୟବସ୍ଥା

୫ଟି ରାସ୍ତାରେ ୧୫ କିଲୋମିଟର ପର୍ଯ୍ୟନ୍ତ ଭୂତଳ ବିଦ୍ୟୁତ କେବୁଲ ବିଛାଯିବ । ଚୈତନ୍ୟ ଛକରୁ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା, ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିର, ମୋଚି ସାହି ଛକରୁ ଶ୍ରୀମନ୍ଦିର, ନରେନ୍ଦ୍ର ପୁଷ୍କରିଣୀରୁ ଶ୍ରୀମନ୍ଦିର ଏବଂ ରେଡକ୍ରସ ରୋଡରୁ ଗ୍ରାଣ୍ତ ରୋଡକୁ ସଂଯୋଗ କରୁଥିବା ରାସ୍ତାରେ ଭୂତଳ କେବୁଲ ବିଛାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଟେଣ୍ତର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି ।

ପୁରୀ ସହରରେ ଭୂତଳ ବିଦ୍ୟୁତକରଣ ବ୍ୟବସ୍ଥା ପାଇଁ ଟାଟା ପାୱାର କମ୍ପାନୀକୁ ଦାୟିତ୍ବ ଦିଆଯାଇଛି । ଦୁଇବର୍ଷ ମଧ୍ୟରେ ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ । ଏହି କାର୍ଯ୍ୟ ଶେଷ ହେଲେ ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ବିଦ୍ୟୁତ ବ୍ୟବସ୍ଥା ନଷ୍ଟ ହେବାର ସମ୍ଭାବନା କମ ରହିବ । ଏହି ପ୍ରକଳ୍ପ ପାଇଁ ରାସ୍ତାରୁ ବିଦ୍ୟତ୍ ଖୁଣ୍ଟି ହଟାଯିବ ସହ ରାସ୍ତାର ପ୍ରଶସ୍ଥିକରଣ କରାଯିବ । ବିଶ୍ବ ପର୍ଯ୍ୟଟନ ସହର ଭାବେ ପୁରୀର ସ୍ବତନ୍ତ୍ର ପରିଚୟ ରହିଛି । ପ୍ରତିଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏଭଳି ସ୍ଥିତରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ସହରବାସୀଙ୍କ ଯାତାୟତ ହେଉ ବା ଠାକୁରଙ୍କ ବିମାନ ଓ ପାଲିଙ୍କି ନେବା ସମୟରେ ଏହି ବିଦ୍ୟୁତ ଖୁଣ୍ଟି ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ଭୂତଳ ବିଦ୍ୟୁତ୍ କେବୁଲ ଦ୍ବାରା ଆଉ ଏହି ସମସ୍ୟା ରହିବ ନାହିଁ । ରାସ୍ତା ଓସାରିଆ ହେବା ସହ ଜବରଦଖଲ ମୁକ୍ତ ମଧ୍ୟ ହୋଇପାରିବ। ଏହାକୁ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ସାମୁଦ୍ରିକ ଝଡ଼ ଫନି ପରେ ଶ୍ରୀକ୍ଷେତ୍ରକୁ ଐତିହ୍ୟ ନଗରୀ ଭାବେ ଗଢ଼ିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ । ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ନେଇ ବେଳାଭୂମି ମାର୍ଗ, ଭିଆଇପି ରୋଡ, ଚକ୍ରତୀର୍ଥ ରୋଡରେ ଭୂତଳ ବିଦ୍ୟୁତ୍ କେବୁଲରେ ସଂଯୋଗ ହୋଇଛି । ଏହାକୁ ସବୁସ୍ତରରେ ପ୍ରଂଶସା କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.