ETV Bharat / city

ସୁପ୍ରିମକୋର୍ଟଙ୍କୁ ଅନର୍ଗଳ ଇଂରାଜୀରେ କଟାକ୍ଷ କଲେ ଲଙ୍ଗୁଳି ମଠ ବାବା - Supreme Court decision on Ratha yatra

ପୁରୀ ଲଙ୍ଗୁଳି ମଠର ବୈଷ୍ଣବ ବାବାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ସେ ସୁପ୍ରିମକୋର୍ଟଙ୍କୁ ଅନର୍ଗଳ ଇଂରାଜୀ ଭାଷାରେ କଡା ସମାଲୋଚନା କରୁଛନ୍ତି ।

puri-nangulli-matha-baba-slammed-supreme-court-decision-on-ratha-yatra
ସୁପ୍ରିମକୋର୍ଟଙ୍କୁ ଇଂରାଜୀରେ ଝାଡ଼ିଲେ ଲଙ୍ଗୁଳି ମଠ ବାବା
author img

By

Published : Jun 21, 2020, 7:55 PM IST

ପୁରୀ: ରଥଯାତ୍ରା ଅୟୋଜନ ବନ୍ଦ କରିବାକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ଭକ୍ତ ଓ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା । ପୁରୀରେ ବିନା ଭକ୍ତରେ ରଥ ଯାତ୍ରା ଆୟୋଜନ ନେଇ ଦାବି ଜୋର ଧରିଛି । ଇତି ମଧ୍ୟରେ ପୁରୀ ଲଙ୍ଗୁଳି ମଠର ବୈଷ୍ଣବ ବାବାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ସେ ସୁପ୍ରିମକୋର୍ଟଙ୍କୁ ଅନର୍ଗଳ ଇଂରାଜୀ ଭାଷାରେ କଡା ସମାଲୋଚନା କରୁଛନ୍ତି ।

ସୁପ୍ରିମକୋର୍ଟଙ୍କୁ ଇଂରାଜୀରେ ଝାଡ଼ିଲେ ଲଙ୍ଗୁଳି ମଠ ବାବା

ତେବେ ଜଣେ ସାଧୁ ଏପରିକି ତାଙ୍କ ରୂପ ଭେକ ଦେଖିଲେ ଅତି ସାଧାରଣ ବ୍ୟକ୍ତି ଭଳି ଲାଗୁଥିବା ବେଳେ ଏତେ ସ୍ପଷ୍ଟ ଭାବରେ ନିଜର ମତ ସୁପ୍ରିମକୋର୍ଟଙ୍କ ଉଦେଶ୍ୟରେ ଇଂରାଜୀ କହୁଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପୁରୀରେ କୋରୋନା ଭୟଙ୍କର ଭାବେ ବ୍ୟାପି ନ ଥିବା ବେଳେ ସୁପ୍ରିମକୋର୍ଟ ଅନ୍ଧ ଭାବେ ନିଷ୍ପତ୍ତି ନେଇ ରଥଯାତ୍ରା ବନ୍ଦ କରିବା ଠିକ ନୁହେଁ ବୋଲି ସେ କହିଛନ୍ତି । ବିନା ଭକ୍ତରେ ରଥଯାତ୍ରା ଆୟୋଜନ ହେବା ଉଚିତ ବୋଲି ସେ ଉକ୍ତ ଭିଡିଓରେ ବାର୍ତ୍ତା ଦେଇଛନ୍ତି । ମହାପ୍ରଭୁଙ୍କ ପରମ୍ପରା ସଂସ୍କୃତିକୁ ସୁପ୍ରିମକୋର୍ଟ ନ ବୁଝି ରଥଯାତ୍ରା ବନ୍ଦ କରିବା ଠିକ ନୁହେଁ ବୋଲି ସେ କହିଛନ୍ତି । ତୁରନ୍ତ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ପୁନର୍ବିଚାର କରିବାକୁ ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.