ETV Bharat / city

ପୁରୀରେ ଲକଡାଉନ କଡାକଡି, ଚାରିଆଡେ ଶୂନଶାନ

author img

By

Published : May 5, 2021, 6:35 PM IST

ପୁରୀରେ ଲାଗୁ ହୋଇଛି ଲକଡାଉନ । ଚାରିଆଡେ ଶୂନଶାନ । ସହରର ସବୁ ଦୋକାନବଜାର ବନ୍ଦ ରହିଥିବାବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଛି । ଅଧିକ ପଢନ୍ତୁ...

Puri lockdown day one
ପୁରୀରେ ଲକଡାଉନ କଡାକଡି,ଚାରିଆଡେ ଶୂନଶାନ

ପୁରୀ: କୋରୋନାର ମୁକାବିଲା ପାଇଁ ସାରା ଓଡିଶାରେ ୧୪ ଦିନିଆ ଲକଡାଉନ୍ ଆରମ୍ଭ ହୋଇଛି । ଏହାର ପ୍ରଭାବ ପୁରୀରେ ଦେଖିବାକୁ ମିଳିଛି ।

ପୁରୀରେ ଲକଡାଉନ କଡାକଡି,ଚାରିଆଡେ ଶୂନଶାନ

ସହରର ସବୁ ଦୋକାନବଜାର ବନ୍ଦ ରହିଥିବାବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଥିଲା । ଲକଡାଉନକୁ ଶୃଙ୍ଖଳିତ ଭାବେ କାର୍ଯ୍ୟକାରୀ କରିବା ପାଇଁ ସହର ସାରା ପୋଲିସ ପାଟ୍ରୋଲିଂ ଜାରି ରହିଥିଲା। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି। ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି କେବଳ ପାଳିଆ ସେବାୟତଙ୍କ ଦ୍ଵାରା ଜାରି ରହିଛି । ପ୍ରଥମ ଦିନରେ ବିଭିନ୍ନ ପରିବା ମାର୍କେଟ ଓ ଆମିଷ ମାର୍କେଟରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ୩୦ଫୁଟ ଦୂରତା ରକ୍ଷା ନ କରିପାରିବାରୁ ବଡ଼ଶଙ୍ଖ ପରିବା ମାର୍କେଟକୁ ସିଲ କରାଯାଇଛି। ସେହିପରି ସାମାଜିକ ଦୂରତ୍ଵ ରକ୍ଷା ହେଉନଥିବାରୁ ରେଡ଼କ୍ରସ ରୋଡସ୍ଥିତ ମାଛମାର୍କେଟକୁ ମଧ୍ୟ ପୁରୀ ପୌରପାଳିକା ପକ୍ଷରୁ ସିଲ କରିଦିଆଯାଇଛି।

ଅନ୍ୟପଟରେ ବଜାରରେ ଆଳୁର ଅଭାବ ସାଙ୍ଗକୁ ଦରବୃଦ୍ଧି ଘଟିଥିବାରୁ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ଆଳୁ ବୋଝେଇ ଟ୍ରକ ଜବତ ହୋଇଛି । ଲକଡାଉନରେ ସହରବାସୀ ସହଯୋଗ କରିଥିଲେ ମଧ୍ୟ ଏବେବି କିଛି ଅମାନିଆ ନିୟମକାନୁନକୁ ଉଲଙ୍ଘନ କରୁଛନ୍ତି । ଫଳରେ ପୋଲିସକୁ ଆହୁରି କଠୋର ପଦକ୍ଷେପ ନେବାର ଆବଶ୍ୟକ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.