ETV Bharat / city

ଆସନ୍ତା ୨୪ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ, ପ୍ରସ୍ତୁତି ଜୋରଦାର

author img

By

Published : Nov 21, 2021, 12:12 PM IST

ଆସନ୍ତା ୨୪ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ ହେବ । ଏନେଇ ଚାଲିଛି ପ୍ରସ୍ତୁତି କାମ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହେବେ । ଅଧିକ ପଢନ୍ତୁ

ଆସନ୍ତା ୨୪ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ, ଜୋରସୋରେ ଚାଲିଛି ପ୍ରସ୍ତୁତି

ପୁରୀ: ଆସନ୍ତା ୨୪ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହେବେ । ଏନେଇ ଜୋରସୋରେ ଚାଲିଛି ପ୍ରସ୍ତୁତି । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର କାର୍ଯ୍ୟ ପୂର୍ବରୁ ଏ ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଯଜ୍ଞ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଐଶାନ୍ୟ କୋଣରେ ହେବ ପୂଜାର୍ଚ୍ଚନା ଓ ଯଜ୍ଞ । ତେବେ ଆଜି ସନ୍ଧ୍ୟାରେ ଅଙ୍କୁରାରୋପଣ, ଆସନ୍ତାକାଲି ଓ ପର ଦିନ ହୋମ ଯଜ୍ଞ ହେବ ।

24ରେ ଯଜ୍ଞ ପୂର୍ଣ୍ଣାହୁତି ସମେତ ଶିଳାନ୍ୟାସ ହେବ। ଏଥିପାଇଁ ଯଜ୍ଞ ସ୍ଥଳ ନିର୍ମାଣ ସରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦ୍ବାର କାର୍ଯ୍ୟକ୍ରମ ରହିଛି। ପରମ୍ପରା ଅନୁଯାୟୀ ଆଧ୍ୟାତ୍ମିକ ପରିବେଶ ପାଇଁ ଫୁଲ ଝୋଟିରେ ସଜା ଯାଉଛି ଯଜ୍ଞ ସ୍ଥଳକୁ । ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେଵଳ ପୋଲିସ ଓ ପ୍ରଶାସନ ପକ୍ଷରୁ ଅନୁମତି ଥିବା ବ୍ୟକ୍ତି ବିଶେଷ ଙ୍କୁ ଯଜ୍ଞ ମଣ୍ଡପ ସ୍ଥଳୀକୁ ପ୍ରବେଶ ଅନୁମତି ମିଳିବ । । ବରିଷ୍ଠ ପୋଲିସ ଅଧିକାରୀ , ଇଣ୍ଟେଲିଜେନ୍ସ ଅଧିକାରୀ, ସାଧା ପୋଷାକ ଧାରୀ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ସେପଟେ ଯଜ୍ଞ ସ୍ଥଳୀକୁ ଆକର୍ଷଣୀୟ ଭାବେ ସାଜ ସଜା କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.