ETV Bharat / city

ଘୋଷଯାତ୍ରା: ରଥ-ପଥ ପ୍ରସ୍ତୁତ, ବିନା ଭକ୍ତରେ ମହାବାହୁଙ୍କ ଯାତ୍ରା

author img

By

Published : Jun 23, 2020, 7:10 AM IST

ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ, ବ୍ୟଗ୍ର, ଅସ୍ଥିର, ଉତ୍କଣ୍ଠିତ । ବର୍ଷକେ ଥରେ ଭକ୍ତଙ୍କ ପାଇଁ ନୀଳାଚଳ ଛାଡି ଆସିବେ ନୀଳାଦ୍ରୀନାଥ । କୋରୋନା କଟକଣା ଭିତରେ ଲାଗିବନି ଗହଳି, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେବନି ବଡଦାଣ୍ଡ । ଜନସମୁଦ୍ର ପାଲଟୁଥିବା ବଡଦାଣ୍ଡ ରହିବ ଭକ୍ତ ଶୂନ୍ୟ । ହେଲେ ଶ୍ୟାମଳମେଘ ପ୍ରାୟ ଶରୀରକୁ ସ୍ବଗୃହରେ ରହି ଦର୍ଶନ କରି ଧନ୍ୟ ହେବ ଭକ୍ତ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ପୁରୀ: କୋରୋନା କାଳରେ ମହାପ୍ରଭୁଙ୍କ ମହାଲୀଳା । ଲୀଳାପୁରୁଷଙ୍କ ମହୋତ୍ସବ । ସର୍ବପୁରାତନ, ସର୍ବଶ୍ରେଷ୍ଠ, ସର୍ବବିଦିତି, ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥଦାଣ୍ଡ ପ୍ରସ୍ତୁତ । ରଥ, ପଥ ବ୍ରହ୍ମମୟ ଦାରୁଙ୍କ ଅପେକ୍ଷାରେ । ଶୈବ, ଶାକ୍ତ, ସୌର, ବୈଷ୍ଣବ, ଜୈନ, ବୁଦ୍ଧ ସର୍ବଧର୍ମାବଲମ୍ବୀ ଏହି ଯାତ୍ରାର ପ୍ରତୀକ୍ଷାରେ । ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ, ବ୍ୟଗ୍ର, ଅସ୍ଥିର, ଉତ୍କଣ୍ଠିତ । ବର୍ଷକେ ଥରେ ଭକ୍ତଙ୍କ ପାଇଁ ନୀଳାଚଳ ଛାଡି ଆସିବେ ନୀଳାଦ୍ରୀନାଥ । କୋରୋନା କଟକଣା ଭିତରେ ଲାଗିବନି ଗହଳି, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେବନି ବଡଦାଣ୍ଡ । ଜନସମୁଦ୍ର ପାଲଟୁଥିବା ବଡଦାଣ୍ଡ ରହିବ ଭକ୍ତ ଶୂନ୍ୟ । ହେଲେ ଶ୍ୟାମଳମେଘ ପ୍ରାୟ ଶରୀରକୁ ସ୍ବଗୃହରେ ରହି ଦର୍ଶନ କରି ଧନ୍ୟ ହେବ ଭକ୍ତ ।

ଆଷାଢ ଶୁକ୍ଲ ଦ୍ବିତୀୟାରେ ମହାପ୍ରଭୁଙ୍କ ରଥଯାତ୍ରା । ନବଦିନ ପାଇଁ ଶ୍ରୀଜଗନ୍ନାଥ, ଭାଇଭଉଣୀଙ୍କ ସହିତ ରଥାରୋହଣ କରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି । ସମସ୍ତଙ୍କ ପାଇଁ ମଙ୍ଗଳ ଉଦ୍‌ଘୋଷଣ କରୁଥିବାରୁ ଏହାକୁ ଘୋଷଯାତ୍ରା ବୋଲି ମଧ୍ୟ କୁହାଯାଏ ।

ମଙ୍ଗଳବାର ବ୍ରାହ୍ମମୂହୂର୍ତ୍ତରୁ ଅର୍ଥାତ ୩ଟାରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ମଇଲମ, ତଡପ ଲାଗି ଏବଂ ରୋଷହୋମ କରାଯାଇଛି । ତାପରେ ଅବକାଶ ନୀତି ଓ ସୂର୍ଯ୍ୟ ପୂଜା ସରିଛି । ସକାଳ ୫ଟାରେ ଦ୍ବାରପାଳ ପୂଜା ଓ ଠାକୁରଙ୍କ ବେଶ ଶେଷ ହୋଇଛି । ୫ଟା ୩୦ରୁ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ହୋଇ ଠାକୁରଙ୍କ ପାଖରେ ଖେଚୁଡି ଭୋଗ ଲାଗି ହେଉଛି । ୬ଟା ୪୫ରେ ରଥ ପ୍ରତିଷ୍ଠା କାର୍ଯ୍ୟ ଓ ମଙ୍ଗଳାର୍ପଣ ହେବ । ୭ଟାରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହଣ୍ଡି ।

ସେହିପରି ୧୦ଟାରେ ପହଣ୍ଡି ସମ୍ପୂର୍ଣ୍ଣ ହେବ । ୧୦ଟାରୁ ୧୦ଟା ୩୦ ମଧ୍ୟରେ ମଦନ ମୋହନ ବିଜେ ନୀତି, ୧୦ଟା ୩୦ରୁ ୧୧ଟା ମଧ୍ୟରେ ଚିତା ଲାଗି , ୧୧ଟାରୁ ୧୧ଟାରୁ ୩୦ ବେଶ ଶେଷ, ୧୧ଟା ୩୦ ରୁ ୧୨ଟା ୧୫ ମଧ୍ୟରେ ଛେରାପହଁରା, ୧୧ଟା ୪୫ରୁ ୧୨ ଟା ୩୦ ମଧ୍ୟରେ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବ । ଦିନ ୧୨ଟାରେ ରଥଟଣା ଆରମ୍ଭ ହେବ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରଥଯାତ୍ରା ପାଇଁ ସଟଡାଉନ ହୋଇଛି ପୁରୀ । ସୋମବାର ରାତି ୯ଟାରୁ ପୁରୀ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ସଟଡାଉନ୍‌ ରହିବ । ଏହା କର୍ଫ୍ୟୁ ଭଳି । ଆସନ୍ତା ୨୪ ତାରିଖ ଦିନ ୨ଟା ଯାଏଁ ସଟଡାଉନ ବଳବତ୍ତର ରହିବ । ସଟଡାଉନ୍‌ ବେଳେ ରଥଯାତ୍ରାରେ ନିୟୋଜିତ କର୍ମଚାରୀ ଓ ସେବାୟତଙ୍କୁ ବାଦ ଦେଲେ, ଅନ୍ୟ କାହାରିକୁ ପୁରୀକୁ ଆସିବାକୁ ଅନୁମତି ନାହିଁ । କୋରୋନା କଟକଣାର ସମସ୍ତ ଦିଗକୁ ଧ୍ୟାନ ରଖି ରଥଯାତ୍ରା ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.