ETV Bharat / city

ୟୁକ୍ରେନ୍‌ରେ ଫସି ରହିଛନ୍ତି ପୁରୀର ଡାକ୍ତରୀ ଛାତ୍ରୀ, ଫେରିବା ବାଟକୁ ଚାହିଁ ରହିଛନ୍ତି ବାପାମାଆ - ୟୁକ୍ରେନରେ ଫସିଛନ୍ତି ପୁରୀର ଡାକ୍ତରୀ ଛାତ୍ରୀ

ୟୁକ୍ରେନରେ ଫସି ରହିଛନ୍ତି ପୁରୀର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମିଶ୍ର । ଚିନ୍ତାରେ ଭୋକଶୋଷ ଭୁଲି ଝିଅର ଆସିବା ବାଟକୁ ଚାହିଁ ରହିଛନ୍ତି ବାପାମାଆ । ଅଧିକ ପଢ଼ନ୍ତୁ

ୟୁକ୍ରେନ୍‌ରେ ଫସି ରହିଛନ୍ତି ପୁରୀର ଡାକ୍ତରୀ ଛାତ୍ରୀ, ଫେରିବା ବାଟକୁ ଚାହିଁ ରହିଛନ୍ତି ବାପାମାଆ

author img

By

Published : Mar 3, 2022, 9:56 PM IST

ପୁରୀ: ୟୁକ୍ରେନ ଫସି ରହିଛନ୍ତି ପୁରୀର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମିଶ୍ର । ଚିନ୍ତାରେ ଭୋକଶୋଷ ଭୁଲି ଝିଅର ଆସିବା ବାଟକୁ ଚାହିଁ ରହିଛନ୍ତି ବାପାମାଆ । ଋଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ହଜାରହଜାର ଭାରତୀୟ ଛାତ୍ରଛାତ୍ରୀ ଏବେ ୟୁକ୍ରେନରେ ଫସି ରହିଛନ୍ତି । କିଛି ଛାତ୍ରଛାତ୍ରୀଙ୍କୁ ସରକାର ଉଦ୍ଧାର କରିଛନ୍ତି । ଏହାସତ୍ତ୍ବେ ଏବେ ବି ହଜାରହଜାର ଛାତ୍ରଛାତ୍ରୀ ଏବେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି ।

ୟୁକ୍ରେନ୍‌ରେ ଫସି ରହିଛନ୍ତି ପୁରୀର ଡାକ୍ତରୀ ଛାତ୍ରୀ, ଫେରିବା ବାଟକୁ ଚାହିଁ ରହିଛନ୍ତି ବାପାମାଆ
ୟୁକ୍ରେନ୍‌ରେ ଫସି ରହିଛନ୍ତି ପୁରୀର ଡାକ୍ତରୀ ଛାତ୍ରୀ, ଫେରିବା ବାଟକୁ ଚାହିଁ ରହିଛନ୍ତି ବାପାମାଆ

ବିଶେଷ କରି ୟୁକ୍ରେନର ଖାର୍କିଭ ସହରରେ ଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ । ଉକ୍ତ ଅଞ୍ଚଳରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ତୀବ୍ର ସଂଘର୍ଷ ଚାଲିଥିବାରୁ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀ ନାନା ସମସ୍ୟା ଭୋଗୁଛନ୍ତି । ସେମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ପୁରୀର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମିଶ୍ର । ସେ ଖାର୍କିଭ ସହରରେ ରହି ପଢ଼ୁଥିଲେ ।

ପୁରୀ ବଡ଼ଶଙ୍ଖ ନିକଟ ସଂଗ୍ରାମ କ୍ଲବ ଲେନ୍‌ର ବାସିନ୍ଦା ମାଧବ ମିଶ୍ର ଓ ସୌଭାଗ୍ୟଲକ୍ଷ୍ମୀ ମିଶ୍ରଙ୍କ ଝିଅ ହେଉଛନ୍ତି ଚନ୍ଦ୍ରିକା ମିଶ୍ର । ସେ ଗତ 2017 ମସିହାରୁ ୟୁକ୍ରେନରେ ରହି ଡାକ୍ତରୀ ପାଠ ପଢୁଛନ୍ତି । ଚନ୍ଦ୍ରିକା ଏବେ ଖାର୍କିଭ ସହର ଛାଡି ଏକ ହସ୍ପିଟାଲରେ ଆଶ୍ରୟ ନେଇଛନ୍ତି । ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବେ ସେଠାରେ ରହିଛନ୍ତି । ଭାରତ ସରକାର ଏହି ବ୍ୟବସ୍ଥା କରିଥିବା ସେ କହୁଥିବା ବେଳେ ବର୍ତମାନ ସ୍ଥିତିରେ ସେ ସୁରକ୍ଷିତ ଅନୁଭବ କରୁ ନାହାନ୍ତି । ସେହିପରି ଖାଦ୍ୟ ପାନୀୟର ଘୋର ଅଭାବରୁ ସମସ୍ୟା ଆହୁରି ଦ୍ଵିଗୁଣିତ ହେବାର ଆଶଙ୍କା ରହିଛି । ଚନ୍ଦ୍ରିକା ଏବେ କଣ କରିବେ ସେନେଇ ଅନିଶ୍ଚିତତାରେ ରହିଛନ୍ତି ।

ସେପଟେ ଚନ୍ଦ୍ରିକାଙ୍କ ପରିବାର ଲୋକେ ଏବେ ଭୋକ ଶୋଷ ଭୁଲି ଯାଇଛନ୍ତି । ଏକମାତ୍ର ଝିଅକୁ ଡାକ୍ତର କରିବା ସ୍ୱପ୍ନ ନେଇ ତାଙ୍କୁ ପରିବାର ଲୋକ ବିଦେଶରେ ଛାଡିଥିଲେ । କିନ୍ତୁ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଯୋଗୁଁ ଚନ୍ଦ୍ରିକାଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ । ଚିନ୍ତାରେ ଦିନ କାଟୁଛନ୍ତି ଚନ୍ଦ୍ରିକାଙ୍କ ପରିବାର ଲୋକ । ପରିବାର ଆଖିରୁ ଲୁହ ଶୁଖୁନି । ସବୁବେଳେ ଚନ୍ଦ୍ରିକାଙ୍କ ସୁରକ୍ଷା ନେଇ ବାପା,ମାଆ, ସମ୍ପର୍କୀୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣାପନ୍ନ ହୋଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.